ପ୍ରାର୍ଥୀ ଚୟନ କୁ ନେଇ ସବୁ ପାର୍ଟିରେ ଦ୍ଵନ୍ଦ, ମାଟିପୁତ୍ର ବନାମ ବାହାରି ପ୍ରାର୍ଥୀ

0 676

ସମ୍ବଲପୁର, ନାମାଙ୍କନ ପାଇଁ ଶେଷ ତାରିଖ ପାଖେଇ ଆସୁଥିଲେ ମଧ୍ୟ ଏଠାରେ ପ୍ରମୁଖ ରାଜନୈତିକ ପାର୍ଟିମାନେ ତାଙ୍କର ପ୍ରାର୍ଥୀ ଚୟନକୁ ନିଜ ସ୍ଥିତି ସ୍ପଷ୍ଟ କରି ନାହାନ୍ତି ଓ ବିଶେଷକରି ଲୋକସଭା ପ୍ରାର୍ଥୀ କୁ ନେଇ ସେମାନେ ଦ୍ବନ୍ଦ ରେ ଥିଲାପରି ଜଣାପଡୁଛି । କାରଣ ଅନେକ ସ୍ଥାନରେ ଜିଲ୍ଲା ବାହାରୁ ପ୍ରାର୍ଥୀ ଆଣିବା କୁ ବିରୋଧ ଓ ସେ ସ୍ଥାନରେ ସ୍ଥାନୀୟ ଅର୍ଥାତ ମାଟିପୁତ୍ର କୁ ସୁଯୋଗ ଦିଆଯିବା ପାଇଁ ଦାବି କରାଯାଉଛି ।

hiring

କେବଳ ପଶ୍ଚିମ ଓଡିଶା କାହିଁକି ସମଗ୍ର ଓଡିଶାରେ ଏକ ଶିକ୍ଷା ଓ ରାଜନୀତିକ କ୍ଷେତ୍ରରେ ସମ୍ବଲପୁର ଏକ ପେଣ୍ଠସ୍ଥଳୀ ରୂପେ ପରିଚିତ । ଏଣୁ ଏଠାରେ ଜିଲ୍ଲା ବାହାରୁ ପ୍ରାର୍ଥୀ ଆଣି ଠିଆ କଲେ, ସ୍ବାଭାବିକ ରୂପେ ଏହାକୁ ସ୍ବାଭିମାନ ର ପ୍ରଶ୍ନ ବୋଲି ବିରୋଧ ର ସ୍ବର ମୁଖର ହେବ । ଆଖପାଖ ଅନ୍ୟ କିଛି ଜିଲ୍ଲା ରେ ମଧ୍ୟ ଊଣା ଅଧିକ ସେହିପରି ସ୍ଥିତି ନିର୍ମିତ ହେଲାଣି, ଯାହାକୁ ନେଇ ପ୍ରମୁଖ ରାଜନୈତିକ ପାର୍ଟି ଜିଲ୍ଲା ବାହାରୁ ଆଣି ବୋଲକରା ପ୍ରାର୍ଥୀ ଦେବା ଆଗରୁ ଚିନ୍ତା ରେ ପଡିଛନ୍ତି ।

ଇତିମଧ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଲୋକସଭା ପ୍ରାର୍ଥୀ ରୂପେ ନିତେଶ ଗଙ୍ଗଦେବ କୁ ଠିଆ କରିବା ପାଇଁ ଘୋଷଣା କରାଯାଇଛି, ଯିଏ କି ଏହାପୂର୍ବରୁ ଦେବଗଡ଼ ର ବିଧାୟକ ନିର୍ବେ ହୋଇଥିଲେ । ଏହି ଘୋଷଣା ହେଲାପରେ ସେ ଗତକାଲି ସମ୍ବଲପୁର ଆସି ଏଠାକାର ଆରାଧ୍ୟଦେବୀ ମାତା ସମଲେଈ ଙ୍କ ପିଠରେ ପୂଜାର୍ଚ୍ଚନା କଲାପରେ ପାର୍ଟି ଅଫିସ କୁ ଯାଇ ଦଳୀୟ କର୍ମକର୍ତ୍ତାମାନଙ୍କୁ ଭେଟିଛନ୍ତି । କିନ୍ତୁ ତାହାଙ୍କୁ ନେଇ ସେ ଜିଲ୍ଲା ବାହାର ପ୍ରାର୍ଥୀ ବୋଲି ଚାପା ଗୁଞ୍ଜରଣ ଶୁଣିବା ପରେ କେବଳ ଭାଜପା କାହିଁକି ବିଜଦ ଓ କଙ୍ଗ୍ରେସ ପାର୍ଟି କତ୍ତୃପକ୍ଷ ଚିନ୍ତା ରେ ପଡି ଯାଇଛନ୍ତି । ଏଣୁ ବିଜଦ ପକ୍ଷରୁ ଲୋକସଭା ପ୍ରାର୍ଥୀ ରୂପେ ନଳିନୀ ପ୍ରଧାନ ଙ୍କ ଚୟନ ଏକପ୍ରକାରେ ଚୁଡାନ୍ତ ହୋଇ ସାରିଥିଲେ ମଧ୍ୟ ଘୋଷଣା ହୋଇ ପାରୁନାହିଁ, କାରଣ ତାଙ୍କର କର୍ମଭୂମି ସମ୍ବଲପୁର ହୋଇଥିଲେ ମଧ୍ୟ ଜନ୍ମଭୂମି ହେଉଛି ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ । ସେହିପରି କଙ୍ଗ୍ରେସ ପକ୍ଷରୁ ଲୋକସଭା ପ୍ରାର୍ଥୀ ରୂପେ ଶରତ ପଟ୍ଟନାୟକଙ୍କ ଚୟନ ଚୁଡାନ୍ତ ହୋଇ ସାରିଥିଲେ ମଧ୍ୟ ଘୋଷଣା ହୋଇ ପାରୁନାହିଁ ।

hiranchal ad1
Leave A Reply

Your email address will not be published.

four + two =