ମର୍ମନ୍ତୁଦ ସଡ଼କ ଦୁର୍ଘଟଣା :ଜଣେ ମୃତ

0 775

ତୁମୁଡିବନ୍ଧ ଥାନା ଡଡ଼ଙ୍ଗ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛକୁ ପିଟିଲା ଟ୍ୟାଙ୍କର । ଗାଡିରୁ ଛିଟିକି ରାସ୍ତାରେ ପଡି ଗାଡିରେ ବସିଥିବା ଯନ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ । ମୃତକ RKD ଠିକା ସଂସ୍ଥାର ସିଭିଲ୍ ଇଞିନିୟର ସୁର୍ଯ୍ୟକାନ୍ତ ସେନାପତି ବୋଲି ଜଣାପଡିଛି । ସୁଚନା ପ୍ରକାରେ ଗତକାଲି ରାତି ପ୍ରାୟ୯.୩୦ମିନିଟ୍ ସମୟରେ ତୁମୁଡିବନ୍ଧରୁ କାମସାରି ଗଦ୍ରଙ୍ଗିଆ କ୍ୟାମ୍ପ୍ କୁ ଠିକା ସଂସ୍ଥାର କଂକ୍ରିଟ୍ ଟ୍ୟାଙ୍କର ରେ ଫେରୁଥିବା ସମୟରେ ଡଡ଼ଙ୍ଗ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛକୁ ପିଟିଥିଲା ଟ୍ୟାଙ୍କର୍ ।

hiring

ଫଳରେ ଗାଡିରେ ବସିଥିବା ଇଞିନିୟର ସୂର୍ଯ୍ୟକାନ୍ତ ସେନାପତି ଗାଡିରୁ ଛିଟିକି ରାସ୍ତାରେ ପଡିଥିଲେ । ତାଙ୍କ ମଣ୍ଡରେ ଶକ୍ତ ଆଘାତ ଲାଗିଥିବା ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ତୁମୁଡିବନ୍ଧ ପୋଲିସ ପହଞ୍ଚି ଶବ ଜବତ କରିବାସହ ବ୍ୟବଛେଦ ନିମନ୍ତେ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।

hiranchal ad1
Leave A Reply

Your email address will not be published.

nineteen + 12 =