ମହାବାତ୍ୟା “ଫନି” ଯୋଗୁଁ ସମ୍ବଲପୁରରେ ବର୍ଷାର ସମ୍ଭାବନା

0 644

ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ହେଲା

ସମ୍ବଲପୁର, ବଙ୍ଗୋପସାଗରରେ ଘନୀଭୂତ ମହାବାତ୍ୟା “ଫନି”ର ପ୍ରଭାବ ସ୍ବରୂପ ସମ୍ବଲପୁରରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଆଲର୍ଟ ଅନୁସାରେ ଏଠାରେ ପାଗ କୋହଲା ରହିବା ସହିତ ସାମାନ୍ୟ ବର୍ଷା ର ଆଶଙ୍କା କରାଯାଉଛି । ଅବଶ୍ୟ ଏହି ବାତ୍ଯା ମୁଖ୍ୟ ମାର୍ଗରେ ସମ୍ବଲପୁର ଜିଲ୍ଲା ଆସି ବାର ଆଶଙ୍କା ନାହିଁ କିନ୍ତୁ ଏହା ଏକ ଚକ୍ରବାତୀ ତୋଫାନ ହୋଇ ଥିବାରୁ କୌଣସି ବିପର୍ଯ୍ୟୟ ର ଆଶଙ୍କା କଙ ଏଡାଇ ଦିଆ ଯାଇ ପାରିବ ନାହିଁ ।

hiring

ଏହିକ୍ରମରେ ଆଜି ଏଠାକାର ଜିଲ୍ଲା ମୁଖ୍ଯାଲୟ ଠାରେ ଏକ ଜରୁରୀ କାଳୀନ ବୈଠକ ଡକାଇ ସ୍ଥିତି ର ସମୀକ୍ଷା ଓ ଅପେକ୍ଷିତ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ବିଶଦ ଚର୍ଚ୍ଚା କରାଯାଇଛି । ସର୍ବପ୍ରଥମେ ଜିଲ୍ଲା ରେ ଆର୍ଯ୍ଯରତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହିତ ସେମାନଙ୍କୁ ଏହି ଜରୁରୀ କାଳୀନ ପରିସ୍ଥିତି ପାଇଁ ତିଆର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ଷା ର ଫଳସ୍ୱରୂପ ଯଦି ତଳିଆ ଅଞ୍ଚଳରେ ବର୍ଷା ପାଣି ଜମା ହୋଇଯାଏ, ତେବେ ସେଠାରୁ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ଆଣି ରଖିବା ପାଇଁ ଅନ୍ତତପକ୍ଷେ ଚାରି ଟି ଆଶ୍ରୟସ୍ଥଳୀ ତିଆର ରଖିବା ପାଇଁ ସ୍ଥିର କରାଯାଇଛି । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ଔଷଧ ଯୋଗାଇ ଦେବା ପାଇଁ ପ୍ରସ୍ତୁତି ସ୍ବରୂପ ସମ୍ବନ୍ଧିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି କାର୍ଯ୍ୟ ପାଇଁ ଏଠାକାର ଚିହ୍ନିତ ଆଶ୍ରୟସ୍ଥଳୀ ଗୁଡ଼ିକ ହେଲା, ସମଲେଶ୍ବରୀ ମନ୍ଦିର ପାଖ,ଭୁତାପଡା, ଧମା ଓ ଚାଊରପୁର । ସେଠାରେ ରାତିରେ ମଧ୍ୟ ପ୍ରଭାବିତ ଲୋକେ ରହିବେ, ଏଣୁ ସେଠାରେ ବିଜୁଳି ଆପୂର୍ତ୍ତି ୨୪ଘଣ୍ଟା ଯେପରି ରହିବ ତାହାର ବ୍ଯବସ୍ଥା ମଧ୍ୟ ରହିବ ।

ଏହି ସନ୍ଦର୍ଭରେ ଏହା ମଧ୍ୟ ଚର୍ଚ୍ଚା କରାଯାଇଛି ଯେ ଯଦି ଏହି ବର୍ଷା ମେ ୧୦ ଯାଏ ରହିଯାଏ ତେବେ ଏଠାକାର ସକ୍ରିୟ କରାଯାଇଥିବା ଧାନମଣ୍ଡି ଗୁଡ଼ିକ ର ସ୍ଥିତି କଣ ରହିବ । ତଥା ସାମୁଦ୍ରିକ ଝଡ ଫନିର ମୁକାବିଲା ସକାଶେ ଏଠାରୁ ଅଗ୍ନିଶମ ବିଭାଗ ର ୬ଟି ଦଳକୁ ମୁଖ୍ୟ ପ୍ରଭାବିତ ଜିଲ୍ଲା ଜଗତସିଂହପୁର ଓ କେନ୍ଦ୍ରାପଡା ପାଇଁ ପଠାଯାଉଛି

hiranchal ad1
Leave A Reply

Your email address will not be published.

3 + seventeen =