ରାଜ୍ୟରେ ଆଉ ୨ ନୂଆ କରୋନା ପଜିଟିଭ୍ ଚିହ୍ନଟ :ଆକ୍ରାନ୍ତଙ୍କ ସଂଖ୍ୟା ୪୪କୁ ବୃଦ୍ଧି

0 714

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟର ହ୍ୟାଣ୍ଡେଲରେ ସଦ୍ୟତମ ସୂଚନା ଅନୁଯାୟୀ ରାଜ୍ୟରେ ଆଉ ଦୁଇଜଣ କୋଭିଡ୍‌-୧୯ ପଜିଟିଭ୍ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଦୁଇଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ଆଜି ଘୋଷଣା କରାଯାଇଥିବା ପ୍ରଥମ ଆକ୍ରାନ୍ତ ଜଣକ ୫୧ ବର୍ଷିଆ ମହିଳା । ଢେଙ୍କାନାଳ ଟାଉନ୍‌ରେ ତାଙ୍କର ଘର । ଦ୍ୱିତୀୟ ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗ ମେଦିନିପୁରରୁ ଆସି ଓଡ଼ିଶାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଜଣେ ପୁରୁଷ । ତାଙ୍କର ବୟସ ୬୯ ।

hiranchal ad1
Leave A Reply

Your email address will not be published.

eighteen − 10 =