ଏସଏଚଜି ସାହାଯ୍ୟରେ ଜୈବ ଉତ୍ପାଦିତ ପନିପରିବା ଯୋଗାଣ

0 103

ସମ୍ବଲପୁର :କଟକଣା ବଳବତ୍ତର ଯୋଗୁଁ ଅନେକ ଲୋକେ ତାଜାତଟକା ପନିପରିବା କିଣିପାରୁ ନାହାନ୍ତି । କିଛି ଅଞ୍ଚଳରୁ ଏପରି ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନ ଏଦିଗରେ ଯତ୍ନବାନ ହୋଇଛି ଓ କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଙ୍କୁ ଏଥିପାଇଁ ନିୟୋଜିତ କରୁଛି । ଓରମାସ ଓ ଓଢଣା ଆଜୀବିକା ମିଶନ ଏଥିପାଇଁ ଚାଷୀମାନଙ୍କ ଠାରୁ ତାଜାତଟକା ପନିପରିବା କିଣି ଡିଆରଡିଏ ଅଫିସ ପରିସରରେ ଏକତ୍ରିତ କରୁଛନ୍ତି ଓ ତାହା କିଛି ବଛା ବଛା ୯ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଯୋଗାଇ ଦିଆଯାଉଛି । ସେମାନେ ଅନୁମତିପ୍ରାପ୍ତ କିଛି ବାହନ ସାହାଯ୍ୟରେ ସେଗୁଡିକ ଖାଉଟିମାନଙ୍କୁ ଯୋଗାଉଛନ୍ତି । କିଣିବା ସମୟରେ ଜୈବ ଉତ୍ପାଦିତ ପନିପରିବା କୁ ପ୍ରଥମେ କିଣାଯାଉଛି । କିଣିବା ର ତିନି ଘଣ୍ଟା ମଧ୍ୟରେ ଏଗୁଡିକ ଖାଉଟିଙ୍କୁ ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଉଛି । ବର୍ତ୍ତମାନ ମହାନଗର ନିଗମ ଅନ୍ତର୍ଗତ ୧୧ଟି ହାଉସି° ସୋସାଇଟି ଗୁଡିକ ଏହି ସୁବିଧାରେ ସାମିଲ କରା ଯାଇଛି ଓ ଆଗାମୀ ଦିନରେ ଏଥିରେ ଆଉକିଛି ଅଞ୍ଚଳ ଯୋଡିବା ପାଇଁ ଚେଷ୍ଟା କରାଯାଉଛି । ବିଗତ ତିନି ଦିନ ରେ ଏହିପରି ୧୫୪୨କିଲୋଗ୍ରାମ ପନିପରିବା ବିକ୍ରି ହୋଇପାରିଛି । ଏହି ସ°କ୍ରାନ୍ତରେ ଆଉ ଅଧିକ ଅଞ୍ଚଳ କୁ ଏହି କାର୍ଯ୍ୟକ୍ରମରେ ଯୋଡିବା ପାଇଁ ଅନ୍ୟ ୧୫ଟି ଅଟୋରିକ୍ସା ଓ ଛୋଟଭେନଙ୍କୁ ଅନୁବନ୍ଧିତ କରାଯାଇଛି ।

hiranchal ad1
Leave A Reply

Your email address will not be published.

seven − four =