ଗାତରୁ ଖୋଳି ଶବକୁ ପୋଡିଲେ ଗ୍ରାମବାସୀ

0 1,189

ବୌଦ୍ଧ : ମୃତ୍ୟୁର ଦିନକ ପରେ ଗାତ ଖୋଳି ପୋତି ଦିଆଯାଇଥିବା ଏକ ଶବକୁ ଆଣି ପୁଣି ଗ୍ରାମବାସୀ ନିଆଁରେ ପୋଡିଥିବା ଖବର ଏବେ ଚର୍ଚ୍ଚାର ବିଷୟ ସାଜିଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ତିଲେଶ୍ୱର ଅଂଚଳରେ ।
ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ପିତାମ୍ବରପୁର ଗ୍ରାମର ଭରତ ଜେନାଙ୍କ ସ୍ତ୍ରୀ ବିମଳା ଜେନା(୬୫) ଗତ ମଙ୍ଗଳବାର ଦିନ ଅସୁସ୍ଥତା ହେତୁ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଡାକ୍ତରଖାନାରୁ ଅଟୋ ଯୋଗେ ଭରତ ନିଜ ସ୍ତ୍ରୀର ଶବ ଗାଁକୁ ନେଇଥିଲେ । ଭରତର ସ୍ତ୍ରୀ ବିମଳା ଅନ୍ୟ ଜାତିର ହୋଇଥିବାରୁ ସାହି ପଡିଶା କିମ୍ବା ବନ୍ଧୁବାବନ୍ଧବ ଶବକୁ ଓହ୍ଲାଇବା ପାଇଁ ମଧ୍ୟ ଅଟୋ ନିକଟକୁ ଆସିନଥିଲେ । ଏଭଳି ଅବସ୍ଥା ଦେଖି ଅଟୋ ଯୋଗେ ହିଁ ମଶାଣୀ ନିକଟକୁ ଶବକୁ ନେଇ ସେଠାରେ ଗାତ ଖୋଳି ପୋତି ଦେଇ ଚାଲି ଆସିଥିଲେ ସ୍ୱାମୀ ଭରତ ।
ଗ୍ରାମବାସୀଙ୍କ ଏଭଳି ଆଚରଣକୁ ଗାଁ ଗାଁରେ ଓ ଗଣମାଧ୍ୟମରେ ସମାଲୋଚନା କରାଯାଇଥିଲା । ଗ୍ରାମବାସୀଙ୍କ ଅମାନବୀୟ ଆଚରଣକୁ ନିନ୍ଦା କରାଯିବା ସହ ଶବକୁ କାନ୍ଧ ଦେବାରେ ମଧ୍ୟ ଜାତି ବାଧକ ସାଜୁଥିବା ଘଟଣାକୁ ବୁଦ୍ଧିଜିବୀ ମହଲରେ ନାପସନ୍ଦ କରାଯାଇଥିଲା । ଏଭଳି ଘଟଣାରେ ଗ୍ରାମବାସୀ ପରେ ନିଜର ଭୁଲ ବୁଝିପାରି ମଙ୍ଗଳବାର ଦିନ ପୋତା ଯାଇଥିବା ଶବକୁ ଗାତ ଖୋଳି ଉଦ୍ଧାର କରିଥିଲେ ଓ କାଠ ଯୋଗାଡ କରି ପୋଡି ଆଉଥରେ ଶେଷକୃତ୍ୟ ସଂପନ୍ନ କରାଇଥିଲେ । ଗୋଟିଏ ଶବର ଦୁଇଦୁଇ ଥର ଶେଷକୃତ୍ୟ କରାଯିବା ଏ ଅଂଚଳରେ ନୂଆ କଥା ହୋଇଥିବାରୁ ତାକୁ ନେଇ ଚର୍ଚ୍ଚା ହେଉଛି । ଯାହାବି ହେଉ ଗ୍ରାମବାସୀ ପରେ ସଚେତନ ହୋଇ ନିଜର କର୍ତ୍ତବ୍ୟ ସଂପାଦନ କରିଥିବାରୁ ଏଭଳି ନିଷ୍ପତ୍ତିକୁ ଜନସାଧାରଣରେ ସ୍ୱାଗତ କରାଯାଇଛି ।

hiranchal ad1
Leave A Reply

Your email address will not be published.

five × 2 =