ଅମାନିଆଙ୍କ ପାଇଁ ପୁଲିସର କଠୋର ଆଭିମୁଖ୍ୟ

0 103

ସମ୍ବଲପୁର :ଲକଡାଉନ କୁ କଡାକଡି ଭାବରେ ପାଳନ କରିବା ପାଇଁ ନିରନ୍ତର ପ୍ରଶାସନିକ ଅନୁରୋଧ ସତ୍ତ୍ୱେ କିଛି ଲୋକେ ଏହାପ୍ରତି ଆଦୌ ଭୃକ୍ଷେପ କରୁ ନାହାନ୍ତି । ଆଜି ସକାଳ ୭ଟା ରୁ ଏଥିପାଇଁ ନୂଆ କଟକଣା ଲାଗୁ କରାଯାଇଛି । ଏଥି ଅନୁସାରେ ସକାଳ ୭ଟା ରୁ ମଧ୍ଯାହ୍ନ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ଓ ଏହାପରେ ଔଷଧ ଦୋକାନ ଛଡା ବାକି ସବୁ ବନ୍ଦ ରହିବ । ପୁଣି ଜନସାଧାରଣ କିଣାବିକା କରିବା ପାଇଁ କୌଣସି ବାହନ ବ୍ଯବହାର କରି ପାରିବେ ନାହିଁ ଓ ଘର ପାଖରେ ହିଁ କିଣାବିକା କରିବଜ । ଜରୁରୀ କାର୍ଯ୍ୟ ପାଇଁ ନିୟମ କୋହଳ ରହିବ କିନ୍ତୁ ଏପରି ସ୍ଥଳେ ପ୍ରଶାସନିକ ଅନୁମତି ଦରକାର । ଜିଲ୍ଲା ପୁଲିସ ଅଧିକ୍ଷକ କେ ଭି ସିଂହ ନିଜେ ବାରମ୍ବାର ଟ୍ବିଟକରି ଏବିଷୟରେ ଲୋକ ଙ୍କୁ ତାଗିଦ କରୁଛନ୍ତି । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲା ସ୍କୁଲ ଛକରେ ପୁଲିସ ପକ୍ଷରୁ ରୋଡବ୍ଳକ କରି ବାହନଗୁଡିକ ର ଯାଞ୍ଚ କରାଯାଇଥିଲା । ସେଠାରେ ଏସପି ନିଜେ ଉପସ୍ଥିତ ରହି ଜନସାଧାରଣ ଙ୍କୁ ତାଗିଦ କରୁଥିଲେ । ସେହିପରି ଆଜି ସକାଳେ ମଧ୍ୟ ଅନେକ ସ୍ଥାନରେ ବାହନ ଯାଞ୍ଚ କରାଯାଇଛି । ଏଥିରେ ଅନେକ ବାହନ ଜବତ କରାଯାଇଛି କିନ୍ତୁ ପୁଲିସ ଏବିଷୟରେ ତଥ୍ୟ ଯୋଗାଉ ନାହିଁ ।

hiranchal ad1
Leave A Reply

Your email address will not be published.

5 × 1 =