ସଙ୍କଳ୍ପ ଓ ନାରା ସହିତ ପଦ୍ମଚିହ୍ନ ପାଇଁ ମୋଦି ଭୋଟ ମାଗିଲେ

0 652

ସମ୍ବଲପୁର, ସାଧାରଣ ନିର୍ବାଚନରେ ପ୍ରଚାର ପରିପ୍ରେକ୍ଷୀରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ଜନସାଧାରଣ ଙ୍କ ସହିତ ସଙ୍କଳ୍ପ ଓ ନାରା ଦୋହରାଇ ପଦ୍ମଚିହ୍ନ ରେ ଭୋଟ ଦେଇ ଭାରତୀୟ ଜନତା ପାର୍ଟି ର ହାତମୁଠା କୁ ଟାଣ କରିବା ପାଇଁ ଅନୁରୋଧ କଲେ । ସ୍ଥାନୀୟ ରେମେଡ ଛକ ଓ ରାଷ୍ଟ୍ରୀୟ ରାଜମାର୍ଗ ନିକଟସ୍ଥ ଜାଲାନ ଇଷ୍ଟେଟ ପଡିଆ ରେ ଆଜି ଅନୁଷ୍ଠିତ ଭାଜପା ର ନିର୍ବାଚନୀ ସଭାରେ ଏକତ୍ରିତ ଲକ୍ଷାଧିକ ଜନ ସମାବେଶକୁ ମୋଦି ସମ୍ବୋଧିତ କରିଥିଲେ । ମାଧ୍ୟାନ ର ତ୍ରୀପଣ୍ଡ ଖରା ସତ୍ତ୍ୱେ ଘଣ୍ଟାଏ ରୁ ଅଧିକ ସମୟ ଯାଏଁ ଲୋକେ ଧୈର୍ଯ୍ୟର ସହିତ ମୋଦି ଙ୍କ ଆଗମନକୁ ଅପେକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଙ୍କ ବିଶେଷ ସୁରକ୍ଷା ଅନୁରୂପେ ସଭାସ୍ଥଳର ଚାରିପଟେ ଓଡିଶା ପୁଲିସ, ସିଆରପିଏଫ ଓ ଏସପିଜି ଏହିପରି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଭାଷଣ ରେ କିଛି ସମ୍ବଲପୁରୀ ବାକ୍ୟ ଯୋଡ଼ି ସେ ଶ୍ରୋତାଙ୍କ ମନ ଜିଣି ନେଇଥିଲେ ।

hiring

ତାଙ୍କର ନିର୍ବାଚନୀ ଭାଷଣରେ ମୋଦି କହିଲେ ଓଡିଶା ରେ ପ୍ରଚୁର ସାଧନ ଓ ସନ୍ସାଧନ ଉପଲବ୍ଧ ଥାଇ ମଧ୍ୟ ଏଠାରେ ଆଶାନୁରୂପେ ବିକାଶ ହୋଇ ପାରି ନାହିଁ ଓ ଏଥିପାଇଁ ରାଜ୍ୟ ସରକାର ଦାୟୀ । ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ଛଅ ହଜାର କୋଟି ଟଙ୍କା ଦେଇଥିଲେ ମଧ୍ୟ ସେଥିରୁ ମାତ୍ର ଏକ ହଜାର କୋଟି ଖର୍ଚ୍ଚ କରାଯାଇଛି ଓ ଶେଷ ପାଞ୍ଚ ହଜାର କୋଟି ସେମିତି ପଡ଼ି ରହିଛି । ଏପରି ବିକାଶ ବିରୋଧୀ ମାନସିକତା ନେଇ ରାଜ୍ୟ ସରକାର କିପରି ବିକାଶ କରିବାକୁ ଚାହୁଁଛନ୍ତି, ଏକଥା ରାଜ୍ୟବାସୀ ଚିନ୍ତା କରିବା ଦରକାର ।

ରାଜ୍ୟ ସରକାର ଙ୍କ ପକ୍ଷରୁ କରାଯାଉଥିବା ମିଥ୍ୟା ପ୍ରଚାର ର ମୁଖା ଖୋଲିବା ସହିତ ଜନସାଧାରଣଙ୍କୁ ଅବଗତ କରାଇ ସେ ପୁଣି କହିଲେ ଯେଉଁ ଟଙ୍କାକିଆ ଚାଉଳ ଯୋଗାଇବା ନାଁ ରେ ରାଜ୍ୟ ସରକାର ବାହୁସ୍ପୁଟ ମାରୁଛନ୍ତି, ତାହାର ପ୍ରକୃତ ମୂଲ୍ୟ ତିରିଶ ଟଙ୍କା ପ୍ରତି କେଜି ପଡୁଛି ଓ ଏଥିପାଇଁ ରାଜ୍ୟ ସରକାର ମାତ୍ର ଦୁଇ ଟଙ୍କା ଖର୍ଚ୍ଚ କରୁଛି ଓ କେନ୍ଦ୍ର ସରକାର ବାକି ସତେଈଶ ଟଙ୍କା ଖର୍ଚ୍ଚ ବହନ କରୁଛନ୍ତି । ଏପରି ମିଥ୍ୟା ପ୍ରଚାର ବଳରେ ରାଜ୍ୟବାସୀଙ୍କୁ ଠକିବା କେତେ ଉଚିତ, ଏହା ଆପଣ ମାନେ ବିଚାର କରନ୍ତୁ ।

hiranchal ad1
Leave A Reply

Your email address will not be published.

18 + 5 =