ସାଇକୋ କିଲର ନାରାୟଣ ଗିରଫ

0 1,111

ଭୁବନେଶ୍ୱର : କଟକ ଟ୍ରିପଲ ମର୍ଡର ଭାବେ ଅଭିଯୁକ୍ତ ଭାବେ ଦର୍ଶାଯାଉଥିବା ନୟାଗଡର ନାରାୟଣ ସାହୁକୁ ଆଜି ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଏ ସଂପର୍କରେ କଟକ ଡିସିପି ଅଖିଲେଶ ସିଂ କହିଛନ୍ତି ଯେ, ନାରାୟଣ ତିନୋଟି ହତ୍ୟାକାଣ୍ଡରୁ ଦୁଇଟିରେ ସଂପୃକ୍ତ ଥିବା ତଥ୍ୟ ପ୍ରମାଣ ମିଳିଛି । ଦୁଇଜଣକୁ ହତ୍ୟା ନେଇ ନାରାୟଣ ବିରୋଧରେ ତଥ୍ୟ ପ୍ରମାଣ ପୁଲିସ ହାତରେ ଲାଗିଥିବା ବେଳେ ରାଣିହାଟ କେନାଲ ହତ୍ୟା ଘଟଣା ନେଇ ଅଧିକ ତଦନ୍ତ ଚାଲୁଛି । ଅଭିଯୁକ୍ତ ନାରାୟଣକୁ ରିମାଣ୍ଡରେ ଅଣାଯାଇ ଅଧିକ ଜେରା କରାଯିବ ବୋଲି ଡିସିପି ଶ୍ରୀ ସିଂ କହିଛନ୍ତି । ଶ୍ରୀ ସିଂ କହିଲେ ଆଜି କିଲର ନାରାୟଣକୁ ଧରି ପୁଲିସ ବିଭିନ୍ନ ସ୍ଥାନରେ ବୁଲିଥିଲା । ନାରାୟଣ ଡେମୋ ଦେଖାଇ କେଉଁ ସ୍ଥାନରେ କେଉଁ ଘଟଣା ଘଟାଇଥିଲା ତାହାକୁ ବଖାଣିଛି । ତଦନ୍ତ ବେଳେ ପୁଲିସକୁ ହତ୍ୟାରେ ବ୍ୟବହାର କରାଯାଇଥିବା କିିଛି ସାମଗ୍ରୀ ମିଳିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

16 − 10 =