ରାଜ୍ୟରେ ପଜିଟିଭ୍ ସଂଖ୍ୟା ୫୪କୁ ବୃଦ୍ଧି ଚିହ୍ନଟ କରାଯାଇଥିବା ୪ରୁ ୨ ସୁନ୍ଦରଗଡ଼, ୧ କେନ୍ଦ୍ରାପଡ଼ା, ୧ ଭୁବନେଶ୍ୱର

0 670

ଭୁବନେଶ୍ୱର : ରାଜ୍ୟରେ ଗତକାଲି ଚିହ୍ନଟ ହୋଇଥିବା ଚାରୋଟି ନୂଆ ପଜିଟିଭ୍ ମଧ୍ୟରୁ ଦୁଇଟି ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳର, ଗୋଟିଏ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଓ ଗୋଟିଏ ଭୁବନେଶ୍ୱରର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ତଥ୍ୟ ଦେଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ, ନୂଆ ଚିହ୍ନଟ ହୋଇଥିବା ଚାରୋଟି ପଜିଟିଭ୍‌ର କଣ୍ଟ୍ରାକ୍ଟ ଟ୍ରେସିଂ ଓ ଟ୍ରାଭେଲ୍ ହିଷ୍ଟ୍ରି ଯାଞ୍ଚ୍ କରାଯାଉଛି ।
ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି । ଗତକାଲି ରାତିରେ ୧୧ଟା ୨ ମିନିଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ନୂଆ ୪ଟି ପଜିଟିଭ୍‌ଙ୍କ ସଂପର୍କରେ ସୂଚନା ଦେବା ପରେ ଏହା ୫୪ ସଂଖ୍ୟାରେ ପହଞ୍ଚିଛି । ତେବେ ଏହା କେଉଁ ଅଞ୍ଚଳର ତାହା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟର ହ୍ୟାଣ୍ଡେଲରେ ସ୍ପଷ୍ଟ କରାଯାଇନଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ୪ଟି ପଜିଟିଭ୍‌ରୁ ଦୁଇଟିର ସୂଚନା ଦେଇଛି । ଏଥିପାଇଁ ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବିଶ୍ରା ଅଞ୍ଚଳର ୧୦ଟି ଗ୍ରାମକୁ ସିଲ୍ କରିଥିବା ଖବର ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ୩୧୫ଟି ନମୂନା ପରୀକ୍ଷା ହୋଇଥିଲା ବେଳେ ସେଥିରୁ ୪ଟି ନୂଆ ପଜିଟିଭ୍ ଆସିଛି । ସୂଚନାନୁଯାୟୀ, ୫୪ ପଜିଟିଭ୍‌ରୁ ଇତିମଧ୍ୟରେ ୧୨ଜଣ ସୁସ୍ଥ ହୋଇ ମେଡ଼ିକାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ୩୫ ଜଣଙ୍କ ପାଖରେ ଆଉ କରୋନା ଲକ୍ଷଣ ନାହିଁ । ଏଣୁ ଏମାନେ ଖୁବ୍‌ଶୀଘ୍ର ଡିସ୍‌ଚାର୍ଜ ହେବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

hiring

hiranchal ad1
Leave A Reply

Your email address will not be published.

five − 4 =