ସ୍ବାଧୀନତା ଦିବସର ସରକାରୀ କାର୍ଯ୍ୟକ୍ରମକୁ ବର୍ଜନ : ନାଗରିକମାନଙ୍କ ଆହ୍ବାନକୁ ଓକିଲ ସଂଘର ସହମତି

0 634

ସମ୍ବଲପୁର : ଜନସାଧାରଣଙ୍କ ଦ୍ବାରଦେଶରେ ନ୍ଯାୟ ପହଞ୍ଚେଇବା ବୋଲି ସରକାରଙ୍କ ନୀତିଗତ ନିଷ୍ପତ୍ତି ଅନୁସାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଦାବି କୁ ନେଇ ଗତ ପାଞ୍ଚ ଦଶନ୍ଧି ହେଲା ସମ୍ବଲପୁର ଠାରେ ଆନ୍ଦୋଳନ ହୋଇ ଆସୁଛି, ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ସୁଫଳ ମିଳି ପାରିନାହିଁ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆଳ ନେଇ ସରକାର ଏଦିଗରେ ନିଷ୍ପତ୍ତି ନ ନେଇ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି । ଏହି ସମ୍ବନ୍ଧରେ ରେ ଏଠାକାର ନାଗରିକ ସମନ୍ୱୟ ସମିତି ଗତ ବୁଧବାର ସନ୍ଧ୍ୟା ଏକ ବୈଠକରେ ନିଷ୍ପତ୍ତି ନେଲା କି ଯେହେତୁ ସରକାର ଆମର ଦାବି ପ୍ରତି ଭୃକ୍ଷେପ ଦେଉ ନାହିଁ ତେଣୁ ଆମର ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟକ୍ରମ ର ବର୍ଜନ କରାଯିବ । ଏହି ସନ୍ଦର୍ଭରେ ଅତିଶୀଘ୍ର ପାଳନ ହେବା କୁ ଥିବା ସ୍ବାଧୀନତା ଦିବସ ପାଳନର ସରକାରୀ କାର୍ଯ୍ୟକ୍ରମ ବର୍ଜନ କରାଯିବା ପାଇଁ ଆହ୍ବାନ ଦିଆ ଗଲା । ସେତେବେଳେ ଜିଲ୍ଲା ଓକିଲ ସଂଘର ପ୍ରତିନିଧି ରୂପେ ଦୁଇ ଜଣ ବରିଷ୍ଠ ଓକିଲ ସେହି ବୈଠକରେ ଉପସ୍ଥିତ ରହି ଏହାକୁ ସମର୍ଥନ ଜଣାଇ ଥିଲେ । ଗତକାଲି ଗୁରୁବାର ଦିନ ଜିଲ୍ଲା ଓକିଲ ସଂଘ ଏକ୍ସନ କମିଟି ର କୋର କମିଟି ବୈଠକରେ ଏହି ନିଷ୍ପତ୍ତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହିତ ଏଥିପ୍ରତି ଅକୁଣ୍ଠ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅନୁସାରେ ନାଗରିକ ସମନ୍ୱୟ ସମିତିର ଆହ୍ବାନ ପ୍ରତି କେବଳ ସମର୍ଥନ କାହିଁକି, ବରନ ଏହାର ପାଳନରେ ବଢିଚଢିକରି ଜିଲ୍ଲା ଓକିଲ ସଂଘ ସାମିଲ ହେବା ପାଇଁ ସଜବାଜ ହେଉଛି ।

hiring


ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏବର୍ଷ ଜାନୁଆରୀ ୨୬ ତାରିଖରେ ପାଳିତ ଜିଲ୍ଲା ସ୍ତରୀୟ ଗଣତନ୍ତ୍ର ଦିବସର ସରକାରୀ କାର୍ଯ୍ୟକ୍ରମ ର ଏହିପରି ବର୍ଜନ କରାଯାଇଥିଲା । ଏଠାରେ ଓଡିଶା ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି କୁ ନେଇ ସେତେବେଳେ ଜିଲ୍ଲା ଓକିଲ ସଂଘ ଓ ନାଗରିକଙ୍କ ଦ୍ବାରା ସ°ଯୁକ୍ତ ରୂପେ ଆନ୍ଦୋଳନ ସକ୍ରିୟ ରୂପ ନେଇ ସାରିଥିଲା । ଏହି ସମ୍ବନ୍ଧରେ ଆନ୍ଦୋଳନ ସ୍ଥଳରେ ୨୪ଘଣ୍ଟିଆ ରିଲେ ଅନସନ ମଧ୍ୟ ଚାଲୁଥିଲା । ତାହାର ଅଳ୍ପ ଦିନ ପୂର୍ବରୁ ଏଠାରେ ନବନିର୍ମିତ ମହାନଦୀ ରେ ଦ୍ବିତୀୟ ସେତୁର ଉଦଘାଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସଦଳବଳେ ଏଠାକୁ ଆସି ଥିଲେ । ସେତେବେଳେ ଉଦଘାଟନ ଉତ୍ସବ ସ୍ଥଳରୁ ଅଳ୍ପ କିଛି ମିଟର ଦୂରରେ ସ°ଚାଳିତ ଏହି ଜନ ଆନ୍ଦୋଳନ ପ୍ରତି ସେ ଉପେକ୍ଷା କରିଥିଲେ, ଏଣୁ ଏହାର ବିରୋଧ ସ୍ବରୂପ ପାଳିତ ସମାନ୍ତରାଳ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ କୁ ବିପୁଳ ଜନ ସମର୍ଥନ ମଧ୍ୟ ମିଳିଥିଲା । ଜନ ଆକ୍ରୋଶ ଏହି ରୂପ କୁ ଦେଖି ଏବଂ ଅତି ନିକଟରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସେ ତରବରରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନର ଘୋଷଣା କରିଥିଲେ, ଯାହାକୁ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ରେ ସରକାର ଙ୍କୁ ଅପେକ୍ଷିତ ପରାମର୍ଶ ଦେବା ପାଇଁ କୁହା ଯାଇଥିଲା । କିନ୍ତୁ ଅତି ନିକଟରେ ସାଧାରଣ ନିର୍ବାଚନ ଥିବା ଦୃଷ୍ଟି ରୁ ସେହି କମିଟି କୁ ଆହୁରି କିଛି ସମୟ ଦିଆ ଯାଇଥିଲା । ପରେ ଏଠାରେ ଜନସାଧାରଣ ହୃଦବୋଧ କଲେ ଯେ ଏହା ଏକ ନିର୍ବାଚନୀ ଚାଲ ଛଡା ଆଉ କିଛି ନ ଥିଲା ।

hiranchal ad1
Leave A Reply

Your email address will not be published.

3 × one =