୬ରେ ଆଉ ଏକ ଲଘୁଚାପ ସମ୍ଭାବନା

0 626

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବହୀନ ହେବା ପରେ ଆସନ୍ତା ୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଯାହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହା ୭ ତାରିଖ ଯାଏଁ ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ପୂର୍ବାହ୍ନରେ ମାଲକାନାଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କୋରାପୁଟ ଆଦି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ୫ ତାରିଖ ଯାଏଁ ଏହି ବର୍ଷା ବରଗଡ, ନୂଆପଡା, ମାଲକାନାଗିରି ଓ ନବରଙ୍ଗପୁରରେ ଲାଗି ରହିବ । ସେହିଭଳି ଉପକୂଳ ଓଡିଶାରେ ଆଜି ଦିନ ତମାମ୍ କୋହଳା ପାଗ ରହିଥିବା ବେଳେ ସାମାନ୍ୟ ଝିପିଝିପି ବର୍ଷା ହୋଇଛି । ୬ ତାରିଖ ପରଠାରୁ ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷାର ପରିମାଣ ବଢିବା ସହିତ ୭ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ ବଙ୍ଗୋପସାଗର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜିବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

1 × 5 =