ଆଦିବାସୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ

0 19

ବାଲିଗୁଡ଼ା : ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ସାମାଜିକ କାର୍ଯ୍ୟକ୍ରମ ସ୍ୱରୂପ ମହାବିଦ୍ୟାଳୟ ପରିସର ସଫେଇ କରି ଛାତ୍ରଛାତ୍ରୀ ସ୍ୱଚ୍ଛତା ହିଁ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ । ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ସମନ୍ୱୟ ଅଧିକାରୀ ଡ.଼ ବିଭୂତିଭୂଷଣ ଆଚାର୍ଯ୍ୟ ବରିଷ୍ଠ ପ୍ରାଧ୍ୟାପକ ଲଲାଟେନ୍ଦୁ ଦଳପତି ଅରୁନ୍ଧତୀ ପ୍ରଧାନ ଦଣ୍ଡପାଣି ଭୂୟାଁ ଶିବ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ।
ସେହିପରି ମିନି ଷ୍ଟାଡିୟମରେ ଆନ୍ତଃ ଶ୍ରେଣୀ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ବ୍ୟାଟିଂ କରି ଶୁଭାରମ୍ଭ କରିଥିଲେ । ସମନ୍ୱୟ ଅଧିକାରୀ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ପିଇଟି ଗଙ୍ଗାଧର ପଣ୍ଡା ଅଧ୍ୟାପକ ମାନସରଞ୍ଜନ ପ୍ରଧାନ ଅଧ୍ୟାପିକା ସଞ୍ଜୁକ୍ତା ନାୟକ ରୂପେଶ କୁମାର ତ୍ରିପାଠୀ କାର୍ତ୍ତିକ ସାମଲ ଦୀପ୍ତି ରଞ୍ଜନ ସେଠୀ ପରିଚାଳନା କରୁଥିଲେ । ଇନ୍‌ଡୋର ଷ୍ଟାଡିୟମ୍‌ ପରିସରରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅଂଶ ଗ୍ରହଣ ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

17 − seventeen =