ଏକାଧିକ ସ୍ଥାନରେ ନାମ ଥିବା ଭୋଟରଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

0 129

ଦଶପଲ୍ଲା : ରାଜ୍ୟ ତଥା ଜିଲ୍ଲାର ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାମ ଥିବା ଭୋଟର ମାନଙ୍କର ଚିହ୍ନଟ ପ୍ରକ୍ରିୟା ବୁଧବାର ଗଣିଆ ବ୍ଳକ ସଭା ଗୃହରେ ଆରମ୍ଭ ହୋଇଯାଇଛି । ଗଣିଆ ପଞ୍ଚାୟତ ସମିତି ଅଧିନରେ ଥିବା ୮ଟି ପଞ୍ଚାୟତର ପ୍ରାୟ ୪୦ ଜଣ ବୁଥ୍‌ ସ୍ତରୀୟ ଅଧିକାରୀ ସେମାନଙ୍କର ତଥ୍ୟ ଏବଂ ଭୋଟର ତାଲିକା ଧରି ବ୍ଳକ ପରିସରରେ ପହଞ୍ଚିଥିଲେ । ଗଣିଆ ବ୍ଳକ ଗ୍ରାମପଞ୍ଚାୟତ ଅଧିକାରୀ ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟରୁ ଆସିଥିବା ଦେବାଶିଷ ପ୍ରଧାନ ଏବଂ ଦେବାଶିଷ ରାଉତ ଏକାଧିକ ସ୍ଥାନରେ ଥିବା ଭୋଟରଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିଥିଲେ । ବ୍ଳକର ସମସ୍ତ ବୁଥ୍‌ ସ୍ତରୀୟ ଅଧିକାରୀ ସେମାନଙ୍କର ଅଧିନରେ ବୁଥ୍‌ ଗୁଡ଼ିକରେ ଥିବା ନିଜ ଭୋଟର ଏବଂ ବାହାର ଭୋଟର ମାନଙ୍କ ନାମ ତାଲିକା ପ୍ରସ୍ତୁତ କରିଥିଲେ । ସେମାନେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଭୋଟ ଦେଉଥିବା ଜଣାପଡିଛି । ତେଣୁ ସେମାନଙ୍କୁ ଚିହ୍ନଟ କରାଯାଇ ତାଲିକାରୁ ବାଦ୍‌ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଗ୍ରାମ ପଞ୍ଚାୟତ ଅଧିକାରୀ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × two =