ଶାନ୍ତିସୌହାର୍ଦ୍ଦ୍ୟ ସହିତ ଶୀତଳଷଷ୍ଠୀ ଯାତ୍ରା ପାଳନ ପାଇଁ ପ୍ରଶାସନିକ ବୈଠକ

0 72

ସମ୍ବଲପୁର: ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଆରାଧ୍ୟ ମହାଦେବ ଶିବଙ୍କ ସହିତ ଜଗତମାତା ଆଦିଶକ୍ତି ପାର୍ବତୀଙ୍କ ବିବାହ ପାରମ୍ପରିକ ରୀତି ଅନୁସାରେ ଅନୁଷ୍ଠିତ ହୋଇଥାଏ । ଏହି ବୈଦିକ ବିବାହ ଅବସରରେ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରାର ଆୟୋଜନ କରାଯାଏ । କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ଏହା ବନ୍ଦ ରଖାଯାଇଥିଲା ଓ ଏବର୍ଷ ଏହି ପରମ୍ପରାର ପୁନରାଉଦ୍ଧାର କରାଯାଉଛି ଓ ଏହାକୁ ନେଇ ଏଠାରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା ଦେଖାଯାଉଛି । ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଶାନ୍ତି ସହକାରେ ଏହାର ପରିଚାଳନା ପାଇଁ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଶାସନ ପକ୍ଷରୁ ଆଜି ଏକ ପ୍ରସ୍ତୁତି ସଭାର ଆୟୋଜନ କରାଯାଇଥିଲା ଓ ଏଥିରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଓ ମହାନଗର ନିଗମ ଆୟୁକ୍ତ ତାଙ୍କ ମାତାଙ୍କ ସହିତ ସାମିଲ ହୋଇଥିଲେ । ଏହା ସହିତ ନିଜ ମତାମତ ରଖିବା ପାଇଁ ଏଠାରେ ଗଠିତ ଶୀତଳଷଷ୍ଠୀ ଯାତ୍ରା ସମିତି ସବୁ ମଧ୍ୟ ସାମିଲ ରହିଥିଲେ । ବିଭିନ୍ନ ବିଭାଗ ପକ୍ଷରୁ ଏହି ଯାତ୍ରା ପାଳନ ସମୟରେ ସେମାନଙ୍କ ପ୍ରସ୍ତୁତି ବିଷୟରେ ସେମାନେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଏହି ଯାତ୍ରାର ସଫଳ ରୂପାୟନ ପାଇଁ ସଭାର ଶେଷ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ ଲୋଡା ଯାଇଥିଲା ।

hiranchal ad1
Leave A Reply

Your email address will not be published.

four + 14 =