କଂଗ୍ରେସ ଛାଡ଼ିଲେ ହାର୍ଦ୍ଧିକ ପଟେଲ

0 115

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ିଛନ୍ତି ଗୁଜରାଟ ପଟିଦାର ନେତା ହାର୍ଦ୍ଧିକ ପଟେଲ ।  ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫାଦେଇଥିବା ଜଣାଯାଇଛି । ସୋନିଆ ଗାନ୍ଧୀଙ୍କ ନିକଟକୁ ହାର୍ଦ୍ଦିକ ଇସ୍ତଫା ପତ୍ର ପଠାଇଛନ୍ତି ।  ମୋ ନିଷ୍ପତ୍ତିକୁ ଜନତା ସ୍ୱାଗତ କରିବେ ବୋଲି ମୋର ବିଶ୍ୱାସ ବୋଲି କହିଛନ୍ତି ହାର୍ଦ୍ଦିକ । ହାର୍ଦ୍ଦିକ ପଟେଲ ଟ୍ବିଟ୍ କରିଛନ୍ତି ଯେ,”ଆଜି ମୁଁ ସାହାସ କରି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ମୋ ସହଯୋଗୀ ଏବଂ ଗୁଜୁରାଟବାସୀ ଏହି ନିର୍ଣ୍ଣୟକୁ ସ୍ବାଗତ କରିବେ ବୋଲି ବିଶ୍ବାସ । ମୋର ଏହି ପଦକ୍ଷେପ ଦ୍ବାରା ଭବିଷ୍ୟତରେ ଗୁଜୁରାଟ ପାଇଁ ସରକାତ୍ମକ କାର୍ୟ୍ୟ କରିବାକୁ ସମର୍ଥ ହେବି ବୋଲି ବିଶ୍ବାସ ରହିଛି ।”

hiring

ପ୍ରକାଶଯେ, ହାର୍ଦ୍ଧିକ କଂଗ୍ରେସ ଛାଡ଼ିବେ ବୋଲି ନିକଟରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଥିଲା । 

ଅନ୍ୟପଟେ କଂଗ୍ରେସର ହାତ ଛାଡି ବିଜେପିରେ ଯୋଗ ଦେଇ ପାରନ୍ତି ହାର୍ଦ୍ଦିକ ପଟେଲ ବୋଲି ଚର୍ଚ୍ଚା ହେଉଛି । ଏହା ପଛର ବଡ କାରଣ ହେଉଛି ହାର୍ଦ୍ଦିକ ପଟେଲଙ୍କ ନୂଆ ଫଟୋ । ହ୍ୱାଟସଆପର ନୂଆ ପ୍ରୋଫାଇଲ ଫଟୋରେ ହାର୍ଦ୍ଦିକ ପଟେଲ ଗେରୁଆ ଗାମୁଛା ପକାଇଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ହାର୍ଦ୍ଦିକ ପଟେଲ ହ୍ୱାଟସଆପ ଓ ଟେଲିଗ୍ରାମରେ ନିଜର ଫଟୋ ବଦଳାଇଛନ୍ତି ।

hiranchal ad1
Leave A Reply

Your email address will not be published.

three × five =