୪ନଂ ୱାର୍ଡ ଗସ୍ତକଲେ ଏନ୍‌ଏସି ଅଧ୍ୟକ୍ଷା ପୁନମ୍‌ ପ୍ରୀୟଦର୍ଶିନୀ

0 663

ଦଶପଲ୍ଲା : ଗତକାଲି ଅପରାହ୍ନରେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ଓ ୪ନଂ ୱାର୍ଡ଼ କାଉନସିଲର ବୀଣାପାଣୀ ପାଣି ଦଶପଲ୍ଲା ୪ ନଂ ୱାର୍ଡର ଗୋପୀନାଥ ସାହି, ଦେଉଳ ମାଳିସାହି ଓ ଅମଲାପଡା ଅଂଚଳ ପରିଦର୍ଶନ କରି ପାନୀୟ ଜଳ, ଡ୍ରେନେଜ ବ୍ୟବସ୍ଥା, ସ୍ୱେରେଜ ବ୍ୟବସ୍ଥା ଓ ସ୍ଥାନୀୟ ଅଞ୍ଚଳର ସାମୂହିକ ସମସ୍ୟା ଦେଖି ବ୍ୟଥିତ ହେବା ସଂଗେ ସଂଗେ ଏହି ସମସ୍ୟାର ଖୁବ ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ତତ୍‌ ସହିତ ଅମଲାପଡା ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ବାବୁବସା ପୋଖରୀର ଉନ୍ନତିକରଣ ଯୁଦ୍ଧକାଳିନ ଭିତ୍ତିରେ କରାଯିବ ବୋଲି କହିଥିଲେ । ଏହି ଅବସରରେ ଅଧ୍ୟକ୍ଷା କହିଥିଲେ ଯେ ଦଶପଲ୍ଲା ଏନ୍‌ଏସିର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଁ ବଦ୍ଧପରିକର ।

hiranchal ad1
Leave A Reply

Your email address will not be published.

4 × 4 =