ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସାଙ୍ଗଠନିକ ବୈଠକ

0 76

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡ଼ା ଗ୍ରାମପଞ୍ଚାୟତ ଚଣ୍ଡିଖୋଲ ବିଜେପି କାର୍ଯ୍ୟାଳୟ ପରିସରଠାରେ ଅନୁସୂଚିତ ଜାତି ଜିଲ୍ଲା ସଭାପତି ପ୍ରଭାକର ମଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ଉକ୍ତ ସାଙ୍ଗଠନିକ ଅନୁସୂଚିତ ଜାତି ବୈଠକରେ ବଡଚଣା ବିଜେପିର ୫ ମଣ୍ଡଳ ସଭାପତି ସହ କାର୍ଯ୍ୟକର୍ତ୍ତା, କର୍ମୀ ଉପସ୍ଥିତ ରହି ବିଭିନ୍ନ ସଂପର୍କିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି କଟକ ସଦର ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ମଲିକ, ସମ୍ମାନୀତ ଅତିଥି ବଡଚଣା ବିଜେପି ନେତା ତଥା ରାଜ୍ୟ ସମ୍ପାଦକ ଅମର ନାୟକ, ରାଜ୍ୟ ପଛୁଆବର୍ଗ ବିଜେପି ସଭାପତି ସମରେନ୍ଦ୍ର ପରିଡା, ସୁଙ୍ଗୁଡ଼ା ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ତଥା ଯାଜପୁର ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରିତମ ନାୟକ ଯୋଗ ଦେଇଥିଲେ । ଜିଲ୍ଲାର ୭ଗୋଟି ବିଧାନସଭା କ୍ଷେତ୍ରର ଆଗଧାଡିର ଛାମୁଆ ନେତା କର୍ମୀ ଅନୁସୂଚିତ ଜାତି ସାଙ୍ଗଠନିକ ବୈଠକରେ ସାମିଲ ରହି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରିତମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one + fifteen =