କାରଖାନା କାନ୍ଥ ଭୁଶୁଡି ୧୨ ମୃତ

0 49

ସୁରାଟ :ଗୁଜୁରାଟର ମୋରବୀର ହାଲୱାଡ ଜିଆଇଡିସି ସ୍ଥିତ ଏକ ଲୁଣ କାରଖାନାର କାନ୍ଥ ଭୁଶୁଡ଼ିବା ପରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ଆଉ ତିନି ଜଣ ଏଥିରେ ଫଶି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛିା
ମିଳିଥିବା ସୂଚନା ଅନୁଯାୟୀ, ଗୁଜରାଟର ମୋର୍ବିରେ ଅବସ୍ଥିତ ଲୁଣ କାରଖାନାର କାନ୍ଥ ବୁଧବାର ଭୁଶୁଡି ପଡିଥିଲା । କାରଖାନାରେ କାମ କରୁଥିବା ଶ୍ରମିକମାନଙ୍କ ଉପରେ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା । କୁହାଯାଉଛି ଯେ ଏହି ଦୁର୍ଘଟଣାରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଅଛନ୍ତି ଏବଂ କାନ୍ଥ ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।

hiranchal ad1
Leave A Reply

Your email address will not be published.

sixteen + 7 =