ଏଣିକି ୧୦୦୦ ବ୍ଲଡ ଟେଷ୍ଟିଂ ହେବ

0 734

ଭୁବନେଶ୍ୱର: ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଚ୍ଚସ୍ତରୀୟ ମନ୍ତ୍ରିମଣ୍ଡଳମାନଙ୍କର କୋଭିଡ୍‌-୧୯ ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଲୋଚନା ସମୟରେ ଦିନକୁ ୧୦୦୦ ବ୍ଲଡ ଟେଷ୍ଟିଂ କରିବା ପାଇଁ ଆଲୋଚନା ହୋଇଥିଲା ଏବଂ ଏଥିରେ ଆସନ୍ତା ୧୨ ତାରିଖରେ ବ୍ରହ୍ମପୁର ମେଡ଼ିକାଲ୍ କଲେଜ୍‌, ୧୫ରେ ଭିମସାର, ୧୭ରେ ଆଇଜିଏଚ୍‌ରେ ବ୍ଲଡ ନମୂନା ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଭିମସାରରେ ମାଇକ୍ରୋ ଲ୍ୟାବ ଆଣିବା ପାଇଁ ଏବଂ ଆଇଜିଏମ୍‌ଆରରୁ ଅନୁମତି ଶୀଘ୍ର ଆଣିବା ପାଇଁ ଉପଦେଶ ଦେଇଥିଲେ । ଦିଲ୍ଲୀ ଏମ୍ସରେ ଯେଭଳି ଭାବରେ ଲୋକଙ୍କୁ ସାନିଟାଇଜ୍ କରାଯାଇଛି ଓଡ଼ିଶାର ଏସ୍‌ସିବି ମେଡ଼ିକାଲ୍ କଲେଜ୍‌, ଆଚାର୍ଯ୍ୟ ହରିହର କ୍ୟାନସର ମେଡ଼ିକାଲ୍ ଓ ଅନ୍ୟାନ୍ୟ ଜାଗାରେ କରିବା ପାଇଁ ପ୍ରସ୍ତାବ ଦେଇଥିଳେ । ବୁର୍ଲାକୁ ଯୋଗାଇ ଦେଇଥିବା ୨୨ଟି ଭେଣ୍ଟିଲେଟରକୁ ସମ୍ବଲପୁର ବା ବୁର୍ଲାର କୋଭିଡ୍ ହସ୍ପିଟାଲରେ ବ୍ୟବହାର କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

one × 3 =