ତାମିଲନାଡୁରେ ପଡ଼ିରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଦାଦନ, ଭାଇରାଲ ହେଲା ଭିଡିଓ

0 47,345

ବୌଦ୍ଧ: ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ଅଞ୍ଚଳରୁ ସୁଦୂର ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାକୁ ଦାଦନ ଖଟିବାକୁ ଯାଇ ଲକ୍‌ଡାଉନ୍ ଯୋଗୁଁ ୧୮ ଜଣ ଶ୍ରମିକ ଏକାଠି ଫଶି ରହିଛନ୍ତି । ସୋମନଙ୍କୁ ସହାୟତା ଓ ଉଦ୍ଧାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କୁ ଅନୁରୋଧ କରି ଏକ ଭିଡ଼ିଓ ସୋଶିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି । ସେମାନଙ୍କ ମଧ୍ୟରୁ ଗୁନ୍ଦୁଳିଆ ପଞ୍ଚାୟତ ଖମାର ଗ୍ରାମର ସନାତନ ମଲ୍ଲିକଙ୍କୁ ବ୍ରେନ୍ ଟ୍ୟୁମର ହୋଇ ଗୁରୁତର ଅବସ୍ଥାରେ ଥିବା ସୂଚନା ମିଳିଛି ଭିଡ଼ିଓରୁ । ଅନୁସନ୍ଧାନରୁ ଜଣାଯାଏ, ଉକ୍ତ ଶ୍ରମିକମାନେ କୋଏମ୍ବାଟୁର ଜିଲ୍ଲା ଅନ୍ତର୍ଗତ ଥେନାୟାପାଲୟମ୍ ନିକଟରେ ଥିବା ଏକ କମ୍ପାନିରେ ଶ୍ରମିକ ଭାବେ ଦୁଇ ବର୍ଷ ହେଲା କାର୍ଯ୍ୟ କରୁଥିଲେ । ଲକ୍‌ଡାଉନ୍ ଯୋଗୁଁ କାରଖାନା ବନ୍ଦ ହୋଇଯାଇଥିବାରୁ ଏମାନେ ଆଉ ରୋଜଗାର ହରାଇ ସେଠାରେ ପଡ଼ିରହିଛନ୍ତି । ସେମାନଙ୍କର ସହ ଥିବା ସନାତନ ମଲ୍ଲିକଙ୍କର ଦେହ ଗୁରୁତର ଥିବାରୁ ଔଷଧପତ୍ର ମଧ୍ୟ କିଣିବା ସମ୍ଭବ ହେଉନାହିଁ ।

hiring


ସଂଗୃହୀତ ତଥ୍ୟ ଅନୁଯାୟୀ ଏହି ୧୮ ଜଣିଆ ଗୋଷ୍ଠୀରେ ରହିଛନ୍ତି ବୌଦ୍ଧ ବ୍ଲକ ଗୁନ୍ଦୁଳିଆ ଗ୍ରାମ ପଞ୍ଚାୟତ ଖମାର ଗ୍ରାମର କୃପାସିନ୍ଧୁ ବାଙ୍କ, କୈଳାଶ ଝାଙ୍କର, ଅଜିତ୍ ଝାଙ୍କର, କମଳ ମଲ୍ଲିକ, ଅଶୋକ ମଲ୍ଲିକ, ରଂଜନ ଝାଙ୍କର, ସନାତନ ମଲ୍ଲିକ, କ୍ଷମାନିଧି ମଲ୍ଲିକ, ଅଁଳାଚୁଆଁ ଗ୍ରାମର ପୁରନ୍ଦର ସାହୁ, ପୁଟାକେତା ଗ୍ରାମର ମହେନ୍ଦ୍ର ବଗର୍ତ୍ତି, ଚେରୁପାଲି ଗ୍ରାମର ଦୁଷ୍ମନ୍ତ ସେଠୀ ଓ ପୂର୍ଣ୍ଣଚନ୍ଦ୍ର ସେଠୀ, ପାଇକବାହାଲ ଗ୍ରାମର ସୁରେଶ ସାହୁ, ଅନ୍ତପାଲି ଗ୍ରାମର ସୁରେଶ କହଁର, ପଣ୍ଡକିଟାଲ ଗ୍ରାମର ଲଳିତ ଧରୁଆ, ତାଲପଡ଼ା ଗ୍ରାମର କୃପାସିନ୍ଧୁ ବଘାର, ଆଗଲପୁରର ଆଲୋକ ମହାକୁଡ଼ ଏବଂ କଟକର କୁମାର ସ୍ୱାଇଁ । ଶ୍ରମିକମାନଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ କଣ୍ଟାମାଳ ବିଧାୟକଙ୍କ ଉଦ୍ଦେଶ୍ୟରେ ପ୍ରେରିତ ଭିଡ଼ିଓ ଭାଇରାଲ୍ ହେବା ପରେ ରୁଗ୍‌ଣ ଦାଦନ ଶ୍ରମିକଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଓ ସମସ୍ତଙ୍କୁ ଖାଇବା ପିଇବାରେ ବନ୍ଦୋବସ୍ତ କରାଇବା ପାଇଁ ସାମାଜିକ ଗଣମାଧ୍ୟମରେ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

12 − five =