ଓଡିଶା ସାହିତ୍ୟ ଏକାଡେମୀ ଭୁବନେଶ୍ଵର ପକ୍ଷରୁ ମୋ ଗାଁ ମୋ ସାହିତ୍ୟ ସମାରୋହ କାର୍ଯ୍ୟକ୍ରମ

0 641

hiring

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ସଭାଗୃହଠାରେ ଓଡିଶା ସାହିତ୍ୟ ଏକାଡେମୀ ଭୁବନେଶ୍ଵର ପକ୍ଷରୁ ମୋ ଗାଁ ମୋ ସାହିତ୍ୟ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଦେଶୀ ନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଜାଗୃତି ସମ୍ପାଦକ କୈଲାସ ଦଣ୍ଡପାଟ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଆଡଭୋକେଟ ଉମେଶ କର ଓ ଶିକ୍ଷୟତ୍ରୀ ଜ୍ୟୋତିବାଳା ଶତପଥୀ ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାରେ ସାହିତ୍ୟରେ ଥିବା ଗୁରୁତ୍ୱ ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସମେତ ଶିକ୍ଷକ,ଶିକ୍ଷୟତ୍ରୀ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଓଡିଶା ସରକାରଙ୍କ ପକ୍ଷରୁ ଦାରିଙ୍ଗବାଡିରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ହୋଇଥିବାରୁ ଅତିଥି ସମେତ ଛାତ୍ରଛାତ୍ରୀ ମାନେ ରାଜ୍ୟସରକାରଙ୍କୁ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

5 × 1 =