କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ : କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଅଧିକ ମୋବାଇଲ ନେଟୱାର୍କ ସ୍ଥାପନ ପାଇଁ ଦାବି

0 675

ନୂଆଦିଲ୍ଲୀ : କେନ୍ଦ୍ର ଆଇନ୍ ଓ ଯୋଗାଯୋଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଭେଟି ଓଡ଼ିଶା ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମୋବାଇଲ୍ ନେଟୱାର୍କ ବ୍ୟବସ୍ଥାକୁ ଅଧିକ ବ୍ୟାପକ ଏବଂ ଅଧିକ ମୋବାଇଲ ନେଟୱାର୍କ ସ୍ଥାପନ ପାଇଁ ସେ ଦାବି ଉପସ୍ଥାପନ କରିଥିଲେ ।

hiring

ଏହି ସଂସଦୀୟ କ୍ଷେତ୍ରରେ ଅଧିକ ମୋବାଇଲ ନେଟୱାର୍କ ସୁବିଧା ସ୍ଥାପନ ହୋଇପାରିଲେ, ଏହାର ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ । ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ଲାଗି ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମନ୍ତ୍ରୀ ଶ୍ରୀ ପ୍ରସାଦ ସାଂସଦ ଡଃ ସାମନ୍ତଙ୍କ ଅନୁରୋଧକୁ ଗ୍ରହଣ କରି ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ଦୃଢ଼ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

eighteen + 13 =