ସମ୍ବଲପୁରରେ ଦିବାଲୋକରେ ହତ୍ୟାକାଣ୍ଡ

0 656


ସମ୍ବଲପୁର : ସମ୍ବଲପୁର ମହାନଗର ଅଞ୍ଚଳର ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ଦୁର୍ଗାମଣ୍ଡପ ପାଖରେ ଆଜି ସକାଳୁ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଚା ଦୋକାନ ଖୋଲି ବ୍ୟବସାୟ କରୁଥିବା ସ୍ଥାନୀୟ ଜଗନ୍ନାଥ କଲୋନୀ ନିବାସୀ ସନ୍ତୋଷ ପଟ୍ଟନାୟକକୁ ୨ଜଣ ଦୁବୃର୍ତ୍ତ କୌଣସି କାରଣରୁ ହତ୍ୟା କରିଛନ୍ତି ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା ହୋଇପାରେ ବୋଲି ପୁଲିସ ଅନୁମାନ କରୁଛି । ଧାରୁଆ ଅସ୍ତ୍ରରେ ସନ୍ତୋଷଙ୍କ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଦିଆଯାଇଛି ବୋଲି ପୁଲିସ କହିଛି ।

hiring

ଏହି ହତ୍ୟାକାଣ୍ଡରେ ସନ୍ଦିଗ୍ଧ ରୂପେ ଲିପ୍ତ ୨ଜଣ ଉକ୍ତ ଘଟଣା ପରେ ସେଠାରୁ ଫେରାର ହୋଇ ଯାଇଛନ୍ତି ବୋଲି ଏସଡିପିଓ ଭବାନୀ ଶଙ୍କର ଉଦଗାତା ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ତାଙ୍କ କହିବା ଅନୁସାରେ ସେମାନେ ଦୁହେଁ ଦୁଇଭାଇ ଏକ ମୋଟର ସାଇକେଲ ଯୋଗେ ଘଟଣାସ୍ଥଳରୁ ପଳେଇଛନ୍ତି । ସେମାନଙ୍କ ସନ୍ଧାନରେ ପୁଲିସ ଜାଲ ବିଛାଇ ଲାଗିପଡିଛି ଓ ଯଥାଶୀଘ୍ର ସେମାନଙ୍କୁ ଗିରଫ କରାଯିବ । ଆଜି ସକାଳ ପ୍ରାୟ ୮ଟାରେ ଘଟିଥିବା ଏହି ଖବର ପାଇ କିଛି ସ୍ଥାନୀୟ ଲୋକେ ସନ୍ତୋଷକୁ ଗୁରୁତର ଅବସ୍ଥାରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଖବର ପାଇଁ ସେଠାରେ ପହଞ୍ଚି ମୃତଦେହକୁ ପୋଷ୍ଟମୋର୍ଟମ ପାଇଁ ଭୀମସାର ମେଡିକାଲ କଲେଜ ପଠାଇ ଦେଇଛି । ଏହି ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ଏଣୁ ସେଠାରେ ପୁଲିସ ମୁତୟନ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେହି ଅଞ୍ଚଳରେ ପାନୀୟ ଓ ନିଶା ବଟିକାର ନିରଙ୍କୁଶ ସେବନ ଯୋଗୁଁ ଏପରି ଅଘଟଣ ଘଟିଛି । ସେଠାରେ ଏପରି ନିଶାସେବନରେ ମାତିଥିବା କିଛି ଯୁବକଙ୍କ ଦୌରାତ୍ମ୍ୟ ଯୋଗୁଁ ସ୍ଥାନୀୟ ନିବାସୀ ଅତିଷ୍ଠ ହୋଇପଡିଥିବା ଲୋକେ କହୁଛନ୍ତି ।

hiranchal ad1
Leave A Reply

Your email address will not be published.

16 + three =