ବିଜେପି ର ସଦସ୍ୟତା ଅଭିଯାନ ଆରମ୍ଭ

0 638


ବାଲିଗୁଡା :-ଭାରତୀୟ ଜନତା ପାର୍ଟି ବାଲିଗୁଡା ଶାଖା ପକ୍ଷରୁ ଆଜି ସ୍ଥାନୀୟ ହନୁମାନ ମନ୍ଦିର ଠାରେ କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂଗଠନ ପର୍ବ ସଦସ୍ୟତା ଅଭିଯାନ 2019 ବିସ୍ତାରକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି .

hiring

ଏହି ବୈଠକ ରେ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ପୂର୍ବତନ ସାଂସଦ ଖାରବେଳ  ସ୍ୱାଇଁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ,ସଦସ୍ୟତା ପ୍ରମୁଖ ଭଗବାନ ମହାନ୍ତି, ପ୍ରଭାରୀ ପଦ୍ମ ଚରଣ ଦାଶ, ସହ ପ୍ରଭାରୀ ନେତ୍ର ମାନସେଟ ଓ ଜଗନ୍ନାଥ ସାହୁ ପ୍ରମୁଖ ସଦସ୍ୟତ. ବୈଠକ ଅଭିଯାନ କୁ ପରିଚାଳନା କରିଥିବା ବେଳେ ବାଲିଗୁଡା ନଗର,  ବରଖାମା, ଵାଟଗୁଡ଼ା, କ. ନୂଆଗାଁ, ତୁମୁଡିବନ୍ଧ ଓ କୋଟଗଡ ୬ ଟି ମଣ୍ଡଳର ସଭାପତି, ସଦସ୍ୟ ପ୍ରଭାରୀ, ସହ ପ୍ରଭାରୀ ସମେତ କ୍ଷମା ସାଗର ପ୍ରଧାନ, ରଂଜିତ ସାହୁ, ଧିରୁ ସାହୁ,  ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଶ୍ରୀଚନ୍ଦ୍ର ପାରାସେଠ,ସୁବାଷ ପୃଷ୍ଟି, ନୀଳକଣ୍ଠ ବଡସେଠ, ବିପ୍ର ଚରଣ ପ୍ରଧାନ,ଦେବେନ୍ଦ୍ର କୁଦେଇ,ରବୀନ୍ଦ୍ର ପାତ୍ର, ରଞ୍ଜିତ ଚୌଧୁରୀ,ସୁରେନ୍ଦ୍ର ପାତ୍ର,  କାଉନସିଲର ଝରଣା ଦଣ୍ଡସେନା, ସୁଷମା ସାହୁ, ସସ୍ମିତା ନାୟକ  ପ୍ରମୁଖ ଉପସ୍ଥିତ ଥିଲେ

hiranchal ad1
Leave A Reply

Your email address will not be published.

20 + 13 =