କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ କୋଭିଡ୍‌-୧୯ ହସ୍ପିଟାଲ ହେଲା କାର୍ଯ୍ୟକ୍ଷମ

0 613

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଆଜିଠାରୁ କୋଭିଡ୍‌-୧୯ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ସମ୍ ହସ୍ପିଟାଲ ସହାୟତାରେ କେନ୍ଦ୍ରାପଡ଼ାରେ ଦୁଇଟି ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ହୋଇଥିବା ବେଳେ ଏଥି ମଧ୍ୟରୁ ଗୋଟିକରେ ସ୍ୱତନ୍ତ୍ର ଭାବେ କରୋନା ପୀଡ଼ିତଙ୍କ ଚିକିତ୍ସା ପାଇଁ ସୁବିଧା ରହିଥିବା ବେଳେ କୋଭିଡ୍‌-୧୯ ହେଲଥ୍ ସେଣ୍ଟର ଭାବେ ସନ୍ଦିଗ୍ଧ କରୋନା ପୀଡ଼ୀତଙ୍କ ଚିକିତ୍ସା କରାଯିବ । ଏହି ଦୁଇ ହସ୍ପିଟାଲରେ ଆଇସିୟୁ ସହିତ ଭେଣ୍ଟିଲେଟରର ସୁବିଧା ରହିଛି । ଗତକାଲି ସନ୍ଧ୍ୟାରେ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏହାର ସାମଗ୍ରିକ କାର୍ଯ୍ୟର ପ୍ରସ୍ତୁତି ଶେଷ କରିବା ପରେ ଆଜି ଲୋକାର୍ପିତ କରିଛନ୍ତି । ସେହିଭଳି, ବାଲେଶ୍ୱରରେ କୋଭିଡ୍‌-୧୯ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ଓଏଚ୍‌ପିସି ସହାୟତାରେ ୧୨୦ ଶଯ୍ୟା ବିଶିଷ୍ଟ ଜ୍ୟୋତି ହସ୍ପିଟାଲକୁ କୋଭିଡ୍‌-୧୯ ହସ୍ପିଟାଲରେ ପରିଣତ କରାଯ ।ଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଖୁସିବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × two =