କୋଭିଡ୍‌-୧୯ ନେଇ ଆଡଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ୍‌

0 707

ଭୁବନେଶ୍ୱର: କୋଭିଡ୍‌-୧୯ର ଭୟାବହତା ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ ହେଉଥିବା ବିଭିନ୍ନ ଫେକ୍ (ଜାଲ୍‌) ଖବର ପରିପ୍ରେକ୍ଷୀରେ ଜନମତ ବିଭ୍ରାନ୍ତ ହେଉଥିବାରୁ ରାଜ୍ୟ କ୍ରାଇମବ୍ରାଞ୍ଚ୍ ସାମାଜିକ ଗଣମାଧ୍ୟମମାନଙ୍କ ଉଦ୍ଦେଶ୍ୟରେ ଆଡଭାଇଜରି (ମାର୍ଗଦର୍ଶିକା) ଜାରି କରିଛି । ସାତୋଟି ପଏଣ୍ଟରେ ଏହି ଆଡଭାଇଜରି ଅନୁଯାୟୀ ସାଇବର ଠକେଇ ନକରିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି । ଯଥା ଫେକ୍ କାଗଜପତ୍ର ସୋଶିଆଲ୍ ମିଡ଼ିଆରେ ପୋଷ୍ଟ ନକରିବା, କରୋନା ସମ୍ପର୍କିତ ଫେକ୍ ୱେବସାଇଟ୍ ତିଆରି ନକରିବା, କରୋନା ନେଇ ସ୍ପେଶାଲ ଅଫର କହି ସୋଶିଆଲ୍ ପ୍ଲାଟଫର୍ମରେ ବିକ୍ରି ନକରିବା ଏପରିକି ସାନିଟାଇଜର ମାସ୍କ୍‌ର ଅନ୍‌ଲାଇନ୍ ସପିଂ ନକରିବା ପାଇଁ କୁହାଯାଇଥିବା ବେଳେ କରୋନା ସଂପର୍କିତ କୌଣସି ଜାଲ୍ ଇମେଲ୍ ନପଠାଇବା ପାଇଁ ସମ୍ପୃକ୍ତ ବ୍ୟକ୍ତିବିଶେଷମାନଙ୍କୁ ସତର୍କ କରାଇ ଦିଆଯାଇଛି । ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଚେତାବନୀ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

1 × 5 =