ବିବାହର ୧୫ଦିନ ପରେ କରୋନା ଯୁଦ୍ଧକୁ ଓହ୍ଲାଇଲେ ନର୍ସ, ଭିଡିଓ କଲିଂରେ ଦେଖନ୍ତି ପତିଙ୍କ ମୁହଁ

0 235

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ତା’ର କାୟାବିସ୍ତାର ଆରମ୍ଭ କରିସାରିଲାଣି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦୦ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଏ ପର୍ଯ୍ୟନ୍ତ ପାଖାପାଖି ୬୪୧୨ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ୧୯୯ଲୋକଙ୍କ ଜୀବନ ଯାଇଛି । କରୋନାକୁ ହରାଇବା ପାଇଁ ସାରା ଦେଶ ଏକଜୁଟ ହୋଇଛି । ଏହି ସଂକଟ ସମୟରେ ଏମିତି ଜଣେ ନବବଧୂ ଯାହାଙ୍କର ହାତରୁ ଏଯାଏଁ ମେହେଦି ଛାଡିନି କିନ୍ତୁ ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ଲାଗିପଡିଛନ୍ତି । ଏମିତି ଜଣେ ହେଲେ ନର୍ସ ସୋନମ ଗୁପ୍ତା । ଯିଏକି ବିବାହର ୧୫ ଦିନ ପରେ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତିି । ସୂଚନ ଅନୁସାରେ ସୋନମ ଗୁପ୍ତାଙ୍କ ବାହାଘର ଜାନୁଆରୀ ୧୬ ତାରିଖରେ ହୋଇଥିଲା । ବିବାହ ପରେ ଶାଶୁଘରେ ୧୫ ଦିନ ରହିବା ପରେ ଦେଶରେ କରୋନା ସଂକଟ ଉପୁଜିଥିଲା । ତାଙ୍କୁ ଆଇସୋଲେସନ ୱାର୍ଡରେ ଡ୍ୟୁଟି କରିବାକୁ କୁହାଯାଇଥିଲା । ସେ ନିଜର ଶାଶୁଶଶୁର ଓ ପତି ହିମାଂଶୁ ଏହି ବିଷୟରେ ଜଣାଇଥିଲେ ଓ ସେମାନେ ସମ୍ମତି ପ୍ରକାଶ କରିଥିଲେ । ସେହି ଦିନଠାରୁ ସେ ଆଇସୋଲେସନ ୱାର୍ଡରେ ଡ୍ୟୁଟି କରୁଛନ୍ତି । ସୋନମଙ୍କ ଶାଶୁଘର ହସ୍ପିଟାଲଠାରୁ ମାତ୍ର ୫୦୦ ମିଟର ଦୂର ହୋଇଥିଲେ ମଧ୍ୟ ସେ ଘରକୁ ଯାଇପାରିନ୍ତି ନାହିଁ କି ତାଙ୍କୁ କେହି ଦେଖା କରିବାକୁ ଆସନ୍ତି । ସେ ନିଜର ପତିଙ୍କ ସହ ଭିଡିଓ କଲିଂ ଜରିଆରେ ମନର କଥା ହୁଅନ୍ତି ବୋଲି ସୋନମ କହନ୍ତି ।
ଏହା ପୂର୍ବରୁ କର୍ନାଟକର ଏକ ଭିଡିଓ ଭାଇରଲ ହୋଇଥିଲା । ଯେଉଁଥିରେ ନିଜର ମାଆକୁ ଦୂରରୁ ଏକ ଛୋଟ ଶିଶୁ ଦେଖା କରୁଥିବା ସମୟରେ କାନ୍ଦବୋବାଳି ଛାଡୁଥାଏ । ଏହି ଭିଡିଓ ଖୁବ ଭାଇରଲ ମଧ୍ୟ ହୋଇଥିଲା । ଶିଶୁର ମାଆ ମଧ୍ୟ ଜଣେ ନର୍ସ ବୋଲି ଜଣାପଡିଛି । କୋଭିଡ-୧୯ ପାଇଁ ସେ ଏବେ ଡ୍ୟୁଟିରେ ଅଛନ୍ତି ।

hiranchal ad1
Leave A Reply

Your email address will not be published.

four − 1 =