କୋଭିଡ୍‌-୧୯ ପାଇଁ ଶୁଭଲକ୍ଷ୍ମୀ ପକ୍ଷରୁ ୫୦ ହଜାର ମାସ୍କ୍ ପ୍ରସ୍ତୁତି

0 653

ଝାରସୁଗୁଡ଼ା : କରୋନା ଭୂତାଣୁ ସଂକ୍ରମଣ ପାଇଁ ଦେଶବ୍ୟାପି ଅନେକ ସର୍ତକତା ଅବଲମ୍ବନ କରାଯାଉଛି । ଏହି ପରିସ୍ଥିତିର ମୁକାବିଲା ପାଇଁ ଝାରସୁଗୁଡ଼ା ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷା ପାଇଁ ବେଦାନ୍ତ ଲିଃ ରିୟୁଜେବୁଲ୍ ମାସ୍କ୍ ତିଆରି କରୁଛି । କମ୍ପାନୀ ପ୍ରୋତ୍ସାହିତ ଶୁଭଲକ୍ଷ୍ମୀ ସମବାୟ ସମିତିର ଏକ ୧୬ ଜଣିଆ ମହିଳା ଟିମ୍ ମିଶି ଦୁଇ ଓ ତିନି ସ୍ତର ବିଶିଷ୍ଟ ମାସ୍କ୍ ପ୍ରସ୍ତୁତି ଜାରି ରଖିଛନ୍ତି । ପ୍ରସ୍ତୁତ ହୋଇଥିବା ଏହି ମାସ୍କ୍ ବେଦାନ୍ତ ଏମ୍‌ଏଚୟୁ ମାଧ୍ୟମରେ କମ୍ପାନୀ ଆଖପାଖ ଅଞ୍ଚଳରେ ମାଗଣାରେ ବଣ୍ଟାଯାଉଛି । ଏହି ମାସ୍କ୍ ତିଆରି ହେଉଥବବା ସିଲାଇ ସେଣ୍ଟରଗୁଡ଼ିକୁ ଲଗାତାର କୀଟାଣୁମୁକ୍ତ କରାଯାଉଛି ଏବଂ ସିଲାଇ କରୁଥିବା ମହିଳାମାନେ ମାସ୍କ୍‌, ଗ୍ଲୋବସ୍ ଏବଂ ଟୋପି ବ୍ୟବହାର କରୁଛନ୍ତି । ବେଦାନ୍ତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୫୦,୦୦୦ଟି ମାସ୍କର ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନା ସୁଦ୍ଧା ପାଖାପାଖି ୩୦ଟି ଗ୍ରାମାଞ୍ଚଳରେ ୧୨,୦୦୦ରୁ ଊର୍ଦ୍ଧ୍ୱ ମାସ୍କ୍ ମାଗଣାରେ ବିତରଣ କରିସାରିଲାଣି । ଏଥିସହିତ ଝାରସୁଗୁଡ଼ା ସହରର ପୋଲିସ୍‌, ମିଡ଼ିଆ ଏବଂ ଜିଲ୍ଲା ପ୍ରଶାସନର କର୍ମଚାରୀଙ୍କୁ ମଧ୍ୟ ଏହି ମାସ୍କ୍ ଦିଆଯାଉଛି, ଯେଉଁମାନେ ପ୍ରତିଦିନ ଜନସାଧାରଣଙ୍କ ସଂସ୍ପର୍ଶରେ ଆସୁଛନ୍ତି । ବେଦାନ୍ତ ଲିଃ ଝାରସୁୁଗଡ଼ା କୋଭିଡ୍‌-୧୯ ବିରୁଦ୍ଧରେ ଚାଲିଥିବା ଏହି ଯୁଦ୍ଧରେ ଜିଲ୍ଲା ପ୍ରଶାସନ ସହ ହାତ ମିଳାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି ଏବଂ ଏହି କାର୍ଯ୍ୟକ୍ରମ ଏଥିମଧ୍ୟରୁ ଅନ୍ୟତମ ବୋଲି କମ୍ପାନୀର ସିଇଓ ସିଏନ୍ ସିଂ ମତବ୍ୟକ୍ତ କରିଥିଲେ । କମ୍‌ପାନୀର ଫ୍ଲାଗସିପ୍ ସିଏସ୍‌ଆର୍ ପ୍ରକଳ୍ପ ଶୁଭଲକ୍ଷ୍ମୀ ସମବାୟ ସମିତି ଏହି ସଂକଟାପନ୍ନ ପରିସ୍ଥିତିରେ ନିଜର ହାତ ବଢ଼େଇ ଗରିବ ଲୋକଙ୍କ ପାଖରେ ଏହି ମାସ୍କ୍ ପହଞ୍ଚାଇବାରେ ଆମ ସହିତ ଜଡ଼ିତ ରହିବା ଆମ ପାଇଁ ଏକ ସନ୍ତୋଷର ବିଷୟ ବୋଲି ଶ୍ରୀ ସିଂ କହିଛନ୍ତି । ଶୁଭଲକ୍ଷ୍ମୀ ସମବାୟ ସମିତିର ସଦସ୍ୟମାନେ ଏହି ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ଅନବରତ ନିଜର ଯୋଗଦାନ ଦେଉଛନ୍ତି, ଏହି ୫୦ ହଜାର ମାସ୍କ୍ ବେଦାନ୍ତର ମୋବାଇଲ୍ ସ୍ୱାସ୍ଥ୍ୟ ସେବା ଦ୍ୱାରା ଦୁସ୍ତ ଓ ଅସହାୟଙ୍କ ପାଖରେ ମାଗଣାରେ ପହଞ୍ଚାଇବ ବୋଲି ଶୁଭଲକ୍ଷ୍ମୀର ବରିଷ୍ଠ ସଦସ୍ୟା ପୁଷ୍ପାୟ୍‌ଜଳୀ ସେଠ୍ ମତବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seven + 15 =