ବିବାହ କରିବାର ଅର୍ଥ କ୍ୟାରିୟର ଶେଷ ନୁହେଁ

0 94

ବଲିଉଡର ଜଣେ ଅଭିନେତ୍ରୀ ବିବାହ କରିବା ପରେ ତାଙ୍କ କ୍ୟାରିୟର ଶେଷ ହୋଇଗଲା ବୋଲି ଭାବିବା ଠିକ୍ ନୁହେଁ । ପୂର୍ବରୁ ବିବାହ ପରେ ଅନେକ ଅଭିନେତ୍ରୀ ବଲିଉଡକୁ କମ୍ ବ୍ୟାକ୍ କରିଛନ୍ତି, ଏବଂ ସଫଳ ମଧ୍ୟ ହୋଇଛନ୍ତି ବୋଲି କହିଛନ୍ତି କାଜୋଲ । ପୁଣି ଥରେ କାଜୋଲ ବଲିଉଡ୍‌ରେ ଜୋରଦାର ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ବେଳେ ଏହି ପ୍ରସଙ୍ଗରେ କାଜୋଲ କୌଣସି ଉତ୍ତର ରଖିନାହାନ୍ତି । ତେବେ ସେ କହିଛନ୍ତି ଯେ ପୂର୍ବରୁ ଲୋକେ ବିବାହିତା ଅଭିନେତ୍ରୀଙ୍କୁ ନେଇ କୌଣସି ପ୍ରଶ୍ନ ପଚାରୁନଥିଲା ବେଳେ ଏବେ ଏହି ପ୍ରଶ୍ନ ଜୋର ଧରୁଛି । ସେମାନଙ୍କୁ ଲାଗୁଛି ବିବାହ କରିବା ପରେ ଅଭିନେତ୍ରୀମାନେ ବଲିଉଡରୁ ଦୂରେଇ ରହୁଛନ୍ତି । ପୂର୍ବରୁ ଶର୍ମିଳା ଟାଗୋର, ତନୁଜା, ସାଇରାବାନୋ, ଡିମ୍ପଲ କାପଡିଆ ପ୍ରମୁଖ ବିବାହ ପରେ ସଫଳତାର ସହ ବଲିଉଡକୁ କମ୍ ବ୍ୟାକ୍ ମଧ୍ୟ କରିଛନ୍ତି । ତେଣୁ ଅଭିନେତ୍ରୀମାନଙ୍କ ପାଇଁ ବଲିଉଡରୁ ଦୂରେଇବା ନିମନ୍ତେ ବିବାହ ଏକ ବାହାନା ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଛି ତାହା ଭୁଲ୍ ଅଟେ । ଏଠାରେ ସୂଚନାଯୋଗ୍ୟ ଯେ ୧୯୯୯ ମସିହାରେ ଅଜୟ ଦେବଗନଙ୍କୁ ବିବାହ କରିବା ପରେ କାଜୋଲ ବଲିଉଡରୁ କିଛି ବର୍ଷ ପାଇଁ ଦୂରେଇ ରହିଥିଲେ । ହେଲେ ଝିଅ ନ୍ୟାସାର ଜନ୍ମପରେ ୨୦୦୩ ମସିହାରେ ସେ ପୁଣି ବ୍ୟାକ୍ କରିଥିଲେ ଇଣ୍ଡଷ୍ଟ୍ରିକୁ । ଏହି ସମୟରେ ସେ ଫନା, ୟୁ ମି ଅର୍ ହମ୍‌, ମାଇଁ ନେମ୍ ଖାନ୍ ଆଦି ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × one =