କୋଭିଡ ନମୁନା ରିପୋର୍ଟ ଆସିବାରେ ବିଳମ୍ବ ଚିନ୍ତା ବଢାଉଛି

0 91

ସମ୍ୱଲପୁର:କରୋନା ପ୍ରକୋପରେ ସମଗ୍ର ବିଶ୍ବ ଥରହର ହେଉଛି ଓ ସେହି ଅନୁସାରେ ଏଠାରେ ମଧ୍ୟ ସବୁଆଡେ ଭୟ ର ବାତାବରଣ ରହିଛି । ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତା ଅବଲମ୍ବନ କରାଯାଉଛି ଓ ଏଠାରେ ସମଗ୍ର ପଶ୍ଚିମାଞ୍ଚଳ ପାଇଁ ଭିମସାର ହିଁ ଏକମାତ୍ର ଶାହା ଓ ଭରୋସା ହୋଇଛି । ଟିକିଏ ଶଙ୍କା ହେଲେ ଲୋକେ ନିଜର ଆତ୍ମୀୟ ସ୍ବଜନଙ୍କୁ ବହୁତ ଆଶାର ସହିତ ଭିମସାର ନେଇ ଯାଉଛନ୍ତି । ସେଠାରେ
ସନ୍ଦିଗ୍ଧ ରୋଗୀ ଙ୍କୁ ଆଇସୋଲେସନ ଓ୍ବାର୍ଡରେ ଭର୍ତ୍ତି କରିବା ସହିତ ତାଙ୍କର ରକ୍ତ ଓ ସ୍ବାବ ନମୁନା ପରୀକ୍ଷା ପାଇଁ ନିଆଯାଉଛି । ପରୀକ୍ଷା ପାଇଁ ସେଠାରେ ସୁବିଧା ନ ଥିବାରୁ ନମୁନାସବୁ ଏକ ବିଶେଷ ବାହନ ଦ୍ବାରା ଭୁବନେଶ୍ୱର ପଠାଯାଉଛି ଓ ଉତ୍କଣ୍ଠା ର ସହିତ ରିପୋର୍ଟ ଆସିବାର ଅପେକ୍ଷା କରାଯାଉଛି । କିନ୍ତୁ ସେଠାରୁ ରିପୋର୍ଟ ଆସିବାରେ ଅନେକ ବିଳମ୍ବ ହେଉଛି, ଯାହାକି ଏଠାରେ ସମସ୍ତ ଙ୍କ ପାଇଁ ଚିନ୍ତା ର ବିଷୟ ହୋଇଛି । ବାରମ୍ବାର ଅନୁରୋଧ ସତ୍ତ୍ବେ ଆରଟିଓ ପକ୍ଷରୁ ଏହି ବାହନ ପାଇଁ କୌଣସି ବିଶେଷ ଅନୁମତି ପତ୍ର ମିଲି ପାରୁ ନାହିଁ ଯାହାକି ଚିନ୍ତା ଆହୁରି ବଢେଇ ଦେଉଛି । ଅନେକ ସମୟରେ ନମୁନା ନେଇ ବିଳମ୍ବିତ ରାତ୍ରରେ ଏଠାରୁ ବାହାରିବାକୁ ପଡୁଛି । ଅତି ସମ୍ବେଦନଶୀଳ ମାମଲା ହୋଇଥିଲେ ମଧ୍ୟ ଏଥିପାଇଁ ପ୍ରଶାସନିକ ଶିଥିଳତା ର କାରଣ ବୁଝାଯାଉ ନାହିଁ ।

hiranchal ad1
Leave A Reply

Your email address will not be published.

eighteen − 12 =