କ୍ରୀଡ଼ା ଓ ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ କଲେ ଡଃ.ସାମନ୍ତ

0 1,090

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବ ବ୍ୟାପାର ଭାରତ ପାଇଁ ଅନେକ ଗୁରୁତ୍ୱ ବହନ କରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ଓଡ଼ିଶା ଆଜି ଭାରତର କ୍ରୀଡ଼ା ରାଜଧାନୀ ହୋଇପାରିଛି ବୋଲି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ବୁଧବାର ସଂସଦର ବଜେଟ ଅଧିବେଶନ ଅବସରରେ ସୂଚନା ଦେଇଛନ୍ତି । କ୍ରୀଡ଼ା ସଂପର୍କିତ ବହୁ ତୃଣମୂଳ ପ୍ରସଙ୍ଗ ଉତ୍ଥାପନ କରି ଶ୍ରୀ ସାମନ୍ତ କହିଲେ, ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଓଡ଼ିଶାରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସ୍ଥାପନା କରାଯାଇପାରିଛି । ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ ହୋଇଥିବା ବେଳେ ଦିଲୀପ ତିର୍କୀଙ୍କଠାରୁ ଆରମ୍ଭ କରି ସୁନ୍ଦରଗଡ଼ ଜିଲ୍ଲାର ବହୁ ଯୁବକ ଭାରତୀୟ ହକି ଦଳରେ ସାମିଲ ହୋଇପାରିଛନ୍ତି । ସେହିପରି କିଟ୍ ଛାତ୍ରୀ ଦୂତୀ ଚାନ୍ଦଙ୍କ ଉଦାହରଣ ଦେଇ ଶ୍ରୀ ସାମନ୍ତ କହିଲେ, ଆବଶ୍ୟକ ଭିତ୍ତିଭୂମି ଓ ସୁଯୋଗ ମିଳିଲେ ଭାରତ କ୍ରୀଡ଼ା କ୍ଷେତ୍ରରେ ଆହୁରି ଅଗ୍ରଗତି କରିପାରିବ । ନିକଟରେ ଦୂତୀ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଭାରତର ପ୍ରଥମ ଖେଳାଳି ଭାବେ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶ ଓ ରାଜ୍ୟକୁ ଗୌରବାନ୍ୱିତ କରିପାରିଛନ୍ତି । ଏହି ଅବସରରେ ସେ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛଭାରତ, ଉଜ୍ଜ୍ୱଳା, ଆୟୁଷ୍ମାନ ଓ ସୌଭାଗ୍ୟ ଭଳି ଯୋଜନାଗୁଡ଼ିକୁ ଗୋଟିଏ ଗୋଟିଏ ଅଭିଯାନରେ ପରିଣତ କରାଯାଇଛି । ସେହିଭଳି କ୍ରୀଡ଼ା ଅଭିଯାନ ଆରମ୍ଭ କରାଗଲେ କ୍ରୀଡ଼ା କ୍ଷେତ୍ରରେ ଆହୁରି ସଚେତନତା ସୃଷ୍ଟି ହେବା ସହ ଦେଶରେ କ୍ରୀଡ଼ା ପ୍ରତିଭା ବୃଦ୍ଧି ପାଇବ ଓ ଦେଶ ଆହୁରି ଆଗେଇବ । ଖେଲୋ ଇଣ୍ଡିଆ ଭଳି ଯୋଜନା ପ୍ରଣୟନ କରାଯାଇ ଭାରତରେ କ୍ରୀଡ଼ାର ସୁଦୃଢ଼ ଢ଼ାଞ୍ଚା ତିଆରି କରିଥିବା ବେଳେ ଏହାକୁ ବ୍ୟାପକ କରାଯିବା ଉଚିତ ବୋଲି କହିଥିଲେ । ଓଡ଼ିଶାର କ୍ରୀଡ଼ା ପ୍ରତିଭାମାନଙ୍କୁ ବିକଶିତ ଓ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଡଃ ସାମନ୍ତଙ୍କର ପ୍ରଶଂସନୀୟ ଭୂମିକା ରହିଛି । ଓଡ଼ିଶାର ଯେଉଁ ଖେଳାଳି ଯେତେବେଳେ ବି ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଖ୍ୟାତିଲାଭ କରିଛନ୍ତି, ସେମାନଙ୍କୁ ପ୍ରୋତ୍ସାହନ ଦେବାରେ ଡଃ ସାମନ୍ତ କେବେବି ଅବହେଳିତ କରିନାହାଁନ୍ତି । କେବଳ ସେତିକି ନୁହେଁ, ଏହିଭଳି ଓଡ଼ିଆ ଖେଳାଳିମାନଙ୍କୁ ଆହୁରି ଆଗକୁ ନେବା ଲାଗି ସେ ଆଗ୍ରହ ପ୍ରକାଶ କରିବା ସହ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରିଛନ୍ତି । ଡଃ ସାମନ୍ତଙ୍କର ଏଭଳି ଗଠନମୂଳକ ଉଦ୍ୟମକୁ କେବଳ ଓଡ଼ିଶା ନୁହେଁ, ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସା କରାଯାଇଛି । ଡଃ ସାମନ୍ତ ନିକଟରେ ସଂସଦରେ ଏଭଳି ଏକ ବକ୍ତବ୍ୟ ରଖିଥିଲେ, ଯାହାକୁ ବିଜେପିର ବରିଷ୍ଠ ନେତା ରାଜୀବ ପ୍ରତାପ ରୁଡ୍ଡୀ ତାହାକୁ ଉଚ୍ଚ ପ୍ରଶଂସା କରିଥିଲେ । ୨୦୨୦ ଅଲିମ୍ପିକ୍ସ ପାଇଁ ଭାରତର ପ୍ରସ୍ତୁତି ଉପରେ ବକ୍ତବ୍ୟ ରଖିବା ବେଳେ ରୁଡ୍ଡୀ କିସ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତରଙ୍କର ଭୂୟସୀ ପ୍ରଶଂସା କରିଥିଲେ । ରୁଡ୍ଡୀ କହିଥିଲେ ଯେ, ଓଡ଼ିଶାର ଏହି ସାଂସଦ ୨୫ ହଜାର ଆଦିବାସୀ ପିଲାଙ୍କୁ ମାଗଣାରେ ଶିକ୍ଷା ଯୋଗାଇ ଦେଉଛନ୍ତି । କେବଳ ସେତିକି ନୁହେଁ, ସେ ୧୦ ହଜାର ଆଦିବାସୀ ପିଲାଙ୍କୁ ଗତ ତିନି ବର୍ଷ ଧରି ବିଭିନ୍ନ କ୍ରୀଡ଼ାରେ ମାଗଣାରେ ତାଲିମ୍ ସୁବିଧା ମଧ୍ୟ ଯୋଗାଇ ଦେଉଛନ୍ତି । ଏହା କିଛି କମ୍ ବଡ଼ କଥା ନୁହେଁ । ଜଣେ ବ୍ୟକ୍ତିର ହୃଦୟ ସେତିକି ବିଶାଳ ନହେଲେ ଏଭଳି କାର୍ଯ୍ୟ କରିହେବ ନାହିଁ ।

hiring

ଡଃ ସାମନ୍ତ ଜଣେ ଉଦ୍ୟୋଗୀ, ପରୋପକାରୀ ଓ ସମାଜସେବୀ ଭାବରେ କେବଳ ଓଡ଼ିଶା ନୁହେଁ, ଦେଶ ବିଦେଶରେ ମଧ୍ୟ ଖ୍ୟାତିଲାଭ କରିଛନ୍ତି । ସେ ବିଭିନ୍ନ କ୍ଷେତ୍ରରେ ଯେଉଁ କାର୍ଯ୍ୟ କରିଛନ୍ତି ସେଥିପାଇଁ ଓଡ଼ିଶା ନିଜକୁ ଧନ୍ୟ ମନେ କରୁଛି । ଶିକ୍ଷା ପାଇଁ ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ତାଙ୍କୁ ଦେଶରେ ମହିମାମଣ୍ଡିତ କରିଛି ବୋଲି ରୁଡ୍ଡୀ କହିଥିଲେ । ରୁଡ୍ଡୀଙ୍କର ଏହି ଅଭିଭାଷଣକୁ ସଂସଦରେ ସବୁ ସଦସ୍ୟ କରତାଳି ସହ ସମର୍ଥନ କରିଥିଲେ । କନ୍ଧମାଳ ଲୋକସଭା ଆସନରୁ ନିର୍ବାଚିତ ହେବା ପରେ ଡଃ ସାମନ୍ତ ଏହି ନିର୍ବାଚନମଣ୍ଡଳୀର ଉନ୍ନତି ପାଇଁ ଯେଭଳି ଉଦ୍ୟମ କରୁଛନ୍ତି ତାହାକୁ ଲୋକେ ପ୍ରଶଂସା ନକରି ରହିପାରୁ ନାହାଁନ୍ତି । କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ଅତୀତରେ ବହୁ ନେତା ନିର୍ବାଚିତ ହୋଇଥିଲେ ମଧ୍ୟ, ବର୍ତ୍ତମାନ ଡଃ ସାମନ୍ତ ଯେଭଳି ଚର୍ଚ୍ଚାରେ ରହିଛନ୍ତି ଅତୀତରେ ପୂର୍ବତନ ସାଂସଦମାନେ ସେଭଳି ଚର୍ଚ୍ଚାକୁ ଆସିନଥିଲେ । ଅତୀତର ସାଂସଦମାନେ ପାର୍ଲାମେଣ୍ଟରେ ନିଜର କାର୍ଯ୍ୟକୁ ନେଇ ଯେତିକି ଚର୍ଚ୍ଚିତ ହୋଇଥିଲେ, ତା’ଠୁ ଏବେ ଅଧିକ ଚର୍ଚ୍ଚାରେ ରହିଛନ୍ତି ବର୍ତ୍ତମାନର କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ । କନ୍ଧମାଳ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ଡଃ ସାମନ୍ତ ତାଙ୍କର ସାଧ୍ୟମତେ ଉଦ୍ୟମ କରୁଛନ୍ତି । ତାଙ୍କ ଅମଳରେ ନିର୍ବାଚନମଣ୍ଡଳୀର ଆଶାନୁରୂପ ବିକାଶ ନେଇ ଲୋକମାନେ ଦୃଢ଼ ଆଶାବାଦୀ ଅଛନ୍ତି । ୨୦୦୯ରେ ରୁଦ୍ରମାଧବ ରାୟ (ବିଜେଡ଼ି), ୨୦୧୪ରେ ହେମେନ୍ଦ୍ର ଚନ୍ଦ୍ର ସିଂହ ( ବିଜେଡ଼ି) ଓ ୨୦୧୪ରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ (ବିଜେଡ଼ି) ସଂସଦକୁ ନିର୍ବାଚିତ ହୋଇଥିଲେ । ତେବେ ଏହି ନିର୍ବାଚନମଣ୍ଡଳୀର ଉନ୍ନତି ଦିଗରେ ସେମାନେ ନିଜର କାର୍ଯ୍ୟକୁ ନେଇ ଡଃ ସାମନ୍ତଙ୍କ ଭଳି ଚର୍ଚ୍ଚାରେ ନଥିଲେ ବୋଲି କୁହାଯାଉଛି । ୨୦୧୯ ସାଧାରଣ ନିର୍ବାଚନରେ ଏହି ଆସନରୁ ବିଜେଡ଼ି ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଛନ୍ତି । ସେ ସାଂସଦ ହେବା ପରେ ଲୋକସଭାରେ କନ୍ଧମାଳ ନିର୍ବାଚନମଣ୍ଡଳୀର ସମସ୍ୟା ସମ୍ପର୍କରେ ଯେଭଳି ଦାବି ଓ ବକ୍ତବ୍ୟ ଉପସ୍ଥାପନ କରିଛନ୍ତି, ତାହା ବାସ୍ତବିକ ପ୍ରଶଂସନୀୟ । କନ୍ଧମାଳ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ସହିତ ଡଃ ସାମନ୍ତ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ । ଲୋକଙ୍କର ସୁଖଦୁଃଖ ବୁଝିବାରେ ସେ କେବେବି ଅବହେଳା ପ୍ରଦର୍ଶନ କରିନାହାଁନ୍ତି । ଲୋକମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ସେ ନିଷ୍ଠାର ସହ ଉଦ୍ୟମ କରିବେ ବୋଲି ନିର୍ବାଚନମଣ୍ଡଳୀବାସୀ ଆଶା ରଖିଛନ୍ତି । ଶିକ୍ଷା, ସମାଜସେବା, ଆଦିବାସୀମାନଙ୍କ ସାମାଜିକ ଓ ଆର୍ଥିକ ଉତ୍ଥାନ ଏବଂ ନିଜ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ତାଙ୍କର ଆନ୍ତରିକତା ତାଙ୍କୁ ଆଜି ଜଣେ ସବୁଠୁ ଚର୍ଚ୍ଚିତ ରାଜନେତା ଭାବରେ ପ୍ରତିଷ୍ଠିତ କରିଛି ।

hiranchal ad1
Leave A Reply

Your email address will not be published.

4 × four =