ବକ୍ରି ଇଦ୍ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

0 3

ନୂଆଦିଲ୍ଲୀ: ଆଜି ସାରା ଦେଶରେ ମୁସଲମାନ ସମ୍ପ୍ରଦାୟର ଲୋକେ ବକ୍ରି ଇଦ୍ ପାଳନ କରୁଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଏହି ପର୍ବ ସମସ୍ତଙ୍କୁ ମାନବତାର ସେବା କରିବାକୁ ପ୍ରେରଣା ଦିଏ, । ରାଷ୍ଟ୍ରପତି କହିଛନ୍ତି, “ଇଦ୍ ଅଲ୍-ଆଧା ଅବସରରେ, ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷକରି ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି । ଏହି ପର୍ବ ତ୍ୟାଗ ଏବଂ ସମର୍ପଣର ପ୍ରତୀକ । ଏହି ପର୍ବ ଆମକୁ ମାନବତାର ସେବା କରିବାକୁ ପ୍ରେରଣା ଦିଏ, ବିଶେଷକରି ବଞ୍ଚିତ ବର୍ଗମାନଙ୍କର ।”

hiring

ରାଷ୍ଟ୍ରପତି ଆହୁରି କହିଛନ୍ତି, “ଆସନ୍ତୁ, ଏହି ଅବସରରେ, ସମାଜରେ ପ୍ରେମ ଏବଂ ସଦ୍ଭାବକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ଦୃଢ଼ ସଂକଳ୍ପ ସହିତ ଆଗକୁ ବଢ଼ିବା ।”

hiranchal ad1
Leave A Reply

Your email address will not be published.

13 + 15 =