ଯୁରିଆଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୩୮ ତମ ସଂକଳ୍ପ ସମାବେଶ

0 16

ପାଟଣାଗଡ,୨/୧- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଲୁହାସିଂହା ପଞ୍ଚାୟତ ଯୁରିଆ ଶିବମନ୍ଦିର ସମ୍ମୁଖରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସଂକଳ୍ପ ସମାବେଶ ରବିବାର ଯୁବ ପରିଷଦ ଯୁଗ୍ମ ଆବାହକ ସୁଶୀଲ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ନୃସିଂହନାଥ ଶାଖାର କର୍ମକର୍ତ୍ତାମାନେ ନରସିଂହନାଥରୁ ଏକ ମଶାଲ ଶୋଭାଯାତ୍ରା ପଦ୍ମପୁର ଦେଇ ଯୁରିଆ ଠାରେ ପହଞ୍ଚିଥିଲେ । ମଶାଲ ଶୋଭାଯାତ୍ରା ଦଳକୁ ଯୁରିଆରେ ଭବ୍ୟ ସ୍ୱାଗତ କରିବା ସହ ବାଦ୍ୟର ତାଳେତାଳେ ସମାରୋହ ସ୍ଥଳକୁ ନେଇଥିଲେ । ସମାବେଶରେ ମୁଖ୍ୟଅତିଥି ଭାବେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଉପଦେଷ୍ଟା ତଥା ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ଯୁବପରିଷଦ କେନ୍ଦ୍ରୀୟ ଆବାହକ ଦୁର୍ଯ୍ୟୋଧନ ପୁଟା, ରାହାସ ବିହାରି ସାହୁ, ରଘୁବିର ସିଂ ବରିହା, ଭୀଷ୍ମଦେବ ପଟେଲ, ଟେମେରି ସରପଞ୍ଚ ଦିଲ୍ଲୀପ ବେହେରା, ଥବିର୍‌ ମେହେର, କ୍ଷମାନିଧି ଭୋଇ, ବିପ୍ର ବିଶି, ଡ଼ା ବିପିନ କୋସଲିଆ ସୁବାସ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ପୃଷ୍ଠଭୂମି, ଜନ ଆନ୍ଦୋଳନର ବିଜୟ ଉପରେ ଆଲୋକପାତ୍‌ କରିଥିଲେ । ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ସୀମାନ୍ତରେ ଗନ୍ଧମାର୍ଦ୍ଦନ ପାହାଡ ଥିବାବେଳେ ଅନେକ ଚିରସ୍ରୋତା ଝରଣା, ଜୈବ ବିଭିଦତା ଅନେକ ଦୁର୍ଲଭ ଜଡ଼ିବୁଟି ସହ ହରିଶଙ୍କର ଓ ନୃସିଂହନାଥ ମନ୍ଦିର ପାଇଁ ପ୍ରସିଦ୍ଧି ରହିଛି । ଗତ ଅଶି ଦଶକରେ ବାଲକୋ କମ୍ପାନୀ ଦ୍ୱାରା ବକ୍ସାଇଟ ଖନନ ପାଇଁ ଲିଜ ଦେଇଥିବାବେଳେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆନ୍ଦୋଳନ ଓ ଜନସମର୍ଥନ ଯୋଗୁଁ ସରକାର ଲିଜ ବାତିଲ କରିବାକୁ ବାଧ୍ୟ ହୋଇଥିଲେ । ପାହାଡ଼ର ସୁରକ୍ଷା ପାଇଁ ପ୍ରତିବର୍ଷ ନୂଆ ବର୍ଷର ପ୍ରଥମଦିନ ସଂକଳ୍ପ ସମାବେଶ ଆୟୋଜିତ ହୋଇଥାଏ । ଏହି ଅବସରରେ ପ୍ରଥମେ ବୟୋଜ୍ୟେଷ୍ଠଙ୍କୁ ପୂଜନ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ନୃସିଂହନାଥ ଅଞ୍ଚଳର ସଂଗ୍ରାମୀ ମାନଙ୍କୁ ମଧ୍ୟ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ପ୍ରଧାନ, ଗଣେଶି ତାଣ୍ଡି, ଧରମସିଂ ଧରୁଆ, ଗଜ ନାଗ, ଟିକେଶ୍ୱର ଧରୁଆ, ଶତ୍ରୁଘ୍ନ ନାଏକ, ଅନ୍ତର୍ଯ୍ୟାମୀ ଦାଶ, ପୂର୍ଣ୍ଣଚନ୍ଦ୍ର ସାହୁ, ଦୀନବନ୍ଧୁ ମେହେର, କର୍ଣ୍ଣ ସିଂ ଠାକୁର, ବାବାଜୀ ମେହେର, ରାଜେନ୍ଦ୍ର ମିଶ୍ର, ଜ୍ୟୋତି ରଞ୍ଜନ ସାହୁଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ । ପୂର୍ବତନ ଆବାହକ ଧିରେନ୍‌ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ଅଭୟ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

four × 2 =