ରାଜ୍ୟରେ ୬ଷ୍ଠ ପଜିଟିଭ୍ ଚିହ୍ନଟ

0 665

ଭୁବନେଶ୍ୱର : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଷଷ୍ଠ କରୋନା ସଂକ୍ରମିତ ବ୍ୟକ୍ତିଜଣକ କଟକର । ସେ ନିକଟରେ ଦିଲ୍ଲୀ ଗସ୍ତ କରି ଫେରିଥିଲେ । ତାଙ୍କ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରାଯାଉଛି । କେତେଜଣ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ମଧ୍ୟ ତନାଘନା ଆରମ୍ଭ କରାଯାଇଛି । ଉଲ୍ଲେଖଯୋଗ୍ୟଯେ, ରାଜ୍ୟରେ ଏପର୍ଯ୍ୟନ୍ତ ଛଅଟି ପଜିଟିଭ୍ ଚିହ୍ନଟହୋଇଥିବା ବେଳେ ପ୍ରଥମେ ଦ୍ୱିତୀୟ ସଂକ୍ରମିତ ବ୍ୟକ୍ତି ଓ ପରେ ଅର୍ଥାତ୍ ଆଜି ପ୍ରଥମ ପଜିଟିଭ୍ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ସେମାନଙ୍କଠାରେ କରୋନାର ଆଉ କୌଣସି ଲକ୍ଷଣ ଦେଖାଯାଇ ନାହିଁ । ତେବେ ସେମାନେ ଘରେ ସୁସ୍ଥ ନିରାପଦ ଜୀବନଯାପନ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

one × four =