କଟକକୁ ବି ସଟଡାଉନ ଘୋଷଣା କଲେ ରାଜ୍ୟ ସରକାର

0 147

ଭୁବନେଶ୍ୱର ଓ ଭଦ୍ରକ ପରେ କଟକ ସହରକୁ ମଧ୍ୟ ସଂପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି । ଷଷ୍ଠ କରୋନା ରୋଗୀ ଚିହ୍ନଟ ହେବା ଏବଂ ସେ କଟକର ବୋଲି ଜଣାପଡିବା ପରେ ସରକାର ତତକ୍ଷଣାତ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଷଷ୍ଠ ରୋଗ ଦିଲ୍ଲୀ ଯାଇଥିବା ଜଣାପଡିଛି । ଭୁବନେଶ୍ୱର, ଭଦ୍ରକ ଭଳି କଟକ ସହରରେ ଗୁରୁବାର ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ଔଷଧ ଦୋକାନଗୁଡିକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିବ । ଏହି ସମୟରେ ସହରର କୌଣସି ଲୋକ ଘରୁ ବାହାରିବେ ନାହିଁ । ନିୟମ ଉଲ୍ଲଂଘନ କଲେ ସେମାନଙ୍କୁ ଉଠାଇ ନେଇ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ୱିଟ୍ କରି ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

nine − eight =