ଲକଡାଉନ ବେଳେ ଲୋକଙ୍କ ସେବାରେ ଟିମ ହ୍ୟୁମାନିଟି : ସହାୟତାର ହାତ ବଢାଇଲେ ଏସଡିପିଓ ଏବଂ ଥାନା ଅଧିକାରୀ

0 696

ଫୁଲବାଣୀ:ଲକ୍‌ଡ଼ାଉନ୍ ଯୋଗୁଁ ଏବେ ବହୁ ଅସହାୟଙ୍କ ସାହାରା ଅନେକ ପାଲଟିଛନ୍ତି । ବର୍ତମାନ ପରିସ୍ଥିତିରେ ସମସ୍ତ ସମସ୍ତଙ୍କୁ ସହାୟତା କରୁଥିବା ବେଳେ ଫୁଲବାଣୀ ପୌର ପରିଷଦ ପକ୍ଷରୁ ସହରର ମାତ୍ର ୩୦ ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । ଏଭଳି ସ୍ଥଳେ ବହୁ ଅସହାୟ,ଗରୀବ ଓ ଯାଜାବର ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗତ ଲକଡ଼ାଉନ୍ ଦିନ ଠାରୁ ଏହି ଅସହାୟ ମାନଙ୍କର ସାହାରା ପାଲଟିଛି ଟିମ୍ ହ୍ୟୁମାନିଟ୍ କନ୍ଧମାଳ । ଅନେକ ସମୟରେ ଅନେକ ବ୍ୟକ୍ତି ବିଶେଷ ମାନେ ଅସହାୟ ମାନଙ୍କୁ ସହଯୋଗର ହାତ ବଢାଇଥିବା ବେଳେ ଆଜି ଟାଉନଥାନା ପାଲଟିଛି ଏହି ଅସହାୟ ମାନଙ୍କର ସାହରା । ସଦର ଏସ୍‌.ଡ଼ି.ପି.ଓ ମହେନ୍ଦ୍ର ନାଥ ମୁର୍ମୁ ଓ ଥାନା ଅଧିକାରୀ ନରେଶ କୁମାର ସାହୁ ସହରର ଏହି ଅସହାୟ ମାନଙ୍କର ସାହରା ପାଲଟିଛନ୍ତି । ପ୍ରାୟ ୫୫ ଜଣ ଅସହାୟକଙ୍କୁ ପ୍ରତ୍ୟେକ ଦିନ ଟିମ୍ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଉଥିବା ବେଳେ ଆଜି ଥାନା ପକ୍ଷରୁ ଏହି ଅସହାୟ ମାନଙ୍କ ପାଇଁ ୭ ଦିନ ପାଇଁ ଚାଉଲ ଓ ଅନ୍ୟ ସାମଗ୍ରୀ ଟିମ୍ ସଦସ୍ୟମାନଙ୍କୁ ପ୍ରଦାନ କରିଛନ୍ତି । ଆଜି ଟିମର ଉଭୟ ଅଧିକାରୀଙ୍କ ସମେତ ଟିମ୍ ର ସଦସ୍ୟମାନେ ଉକ୍ତ ରନ୍ଧାଖାଦ୍ୟକୁ ଅସହାୟ ,ବୃଦ୍ଧ,ନିରାଶ୍ରୟ ଆଦି ମାନଙ୍କୁ ବଂଟନ କରାଯିବା ସହିତ୨୫ ଟି ପରିବାରକୁ ମଧ୍ୟ ଟିମ୍ ପକ୍ଷରୁ ସୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି । ଏହି ୨୫ ଟି ପରିବାରର ପ୍ରାୟ ଶତାଧିକ ସଦସ୍ୟ ଏହା ଦ୍ୱାରା ଉପକୃତ ହୋଇ ପାରିଛନ୍ତି । ତେବେ ଏହା ଲକ୍‌ଡ଼ାଉନ୍ ଶେଷ ପର୍ଯ୍ୟନ୍ତ ଏହି ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ଟିମ୍ ର ଆବାହକ ଓ ଅନ୍ୟ ସମସ୍ତ ସଦସ୍ୟାମାନେ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 1 =