ଲକ୍‌ଡାଉନ୍ ନିୟମରେ ସାମାନ୍ୟ କୋହଳ କଲେ ରାଜ୍ୟ ସରକାର

0 1,055

ଭୁବନେଶ୍ୱର : ରାଜ୍ୟ ସରକାର ଲକ୍‌ଡାଉନ୍ ସମୟରେ କୃଷି କାର୍ଯ୍ୟ ପାଇଁ କେତେକ କୋହଳ ଲାଗୁ କରିଛନ୍ତି । ଏହି ସମୟରେ ସମସ୍ତ କୃଷି କାର୍ଯ୍ୟ ତଥା ମନରେଗା କାର୍ଯ୍ୟ ଚାଲୁ ରହିବ । କେନ୍ଦୁପତ୍ର ତୋଳା ସଂଗ୍ରହ ଓ ବିକ୍ରୟ, ପଶୁ ଖାଦ୍ୟ ଯୋଗାଣ, ବିଜୁ ପକ୍କା ଘର ନିର୍ମାଣ, ବନୀକରଣ, ଜନ୍ତୁଙ୍କ ପାଇଁ ଜଳଉତ୍ସ, ଇ-କର୍ମ କାରବାର, ଢାବା ଖାଦ୍ୟ ସଂଗ୍ରହ ଆଦି କାର୍ଯ୍ୟରେ କୋହଳ କରାଯିବ । ସେହିଭଳି ସାମୁଦ୍ରିକ, ନଦୀ, ପୋଖରୀ, ମାଛଧରା ଓ ବିକ୍ରୟ କାର୍ଯ୍ୟ କରାଯାଇପାରିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତେବେ ଏସବୁ କାର୍ଯ୍ୟ ଅବରୋଧ କଣ୍ଟେନମେଣ୍ଟ ଅଞ୍ଚଳରେ ଲାଗୁ ହେବ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୧୫ରୁ ଅପ୍ରେଲ୍ ୩୦ ଯାଏ ରାଜ୍ୟରେ ଲକ୍‌ଡାଉନ୍ ଜାରି ରହିବ ।

hiranchal ad1
Leave A Reply

Your email address will not be published.

six − one =