ସାମାଜିକ ଦୂରତା ପାଳନ କରି ବାହାରିଲା ବରଯାତ୍ରୀ, ବିନା ପଣ୍ଡିତରେ ହେଲା ବାହାଘର

0 222

ଏବେ ମହାମାରୀ କରୋନାର ମୁକାବିଲା ପାଇଁ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହି ଅବସରରେ ମଧ୍ୟ କେତେକ ଲୋକ ନିଜ ଜୀବନକୁ ରଙ୍ଗୀନ କରିବାରେ ବ୍ୟସ୍ତ ଅଛନ୍ତି । ଏମିତି ଏକ ମାମଲା ମଧ୍ୟପ୍ରଦେଶରେ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ଶାଜାପୁରର କାଛିବାଣ୍ଡା କ୍ଷେତ୍ରରେ ରହୁଥିବା ଭାବନା ଏବଂ ସହରରେ ରହୁଥିବା ଚନ୍ଦନ ଲକଡାଉନ ସମୟରେ ଦୁହେଁଦୁହିଁଙ୍କର ହାତ ଧରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଲକଡାଉନ ଘୋଷଣା ପୂର୍ବ ରୁ ହିଁ ଲଗ୍ନ ମୁହୂର୍ତ୍ତ ବାହାର କରାଯାଇସାରିଥିଲା । ସେହିପତ୍ରି ବିବାହ କାର୍ଡ ମଧ୍ୟ ଛପାଯିବା ସହ ବରକନ୍ୟାଙ୍କ ହଲଦୀ ଲଗାଇବା ଆରମ୍ଭ ହୋଇସାରିଥିଲା , ତେଣୁ ପରଂପରା ଓ ମାନ୍ୟତାକୁ ଆଖି ଆଗରେ ରହି ଏହି ସମାରୋହକୁ ଉଭୟ ପରିବାର ସ୍ଥଗିତ ରଖିପାରିନଥିଲେ । ବିବାହ ହେବ କିନ୍ତୁ ସରକାରୀ ନିୟମ ମୁତାବକ ହେବ । ବନ ଚନ୍ଦନଙ୍କ ବରଯାତ୍ରୀରେ ମାତ୍ର ୫ଜଣ ସାମିଲ ହୋଇଥିଲେ । ସେମାନେ ମଧ୍ୟ ନିଜ ନିଜ ଭିତରେ ସାମାଜିକ ଦୂରତା ରକ୍ଷା କରିଥିଲେ । ବରଯାତ୍ରୀରେ ନା ଥିଲା ବ୍ୟାଣ୍ଡବାଜା ନା ଥିଲା ନାଚଗୀତ । ଯେତେବେଳେ କନ୍ୟାଘରେ ବରଯାତ୍ରୀ ପହିଞ୍ଚିଲେ ସେତେବେଳେ କନ୍ୟା ଘରେ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ । ପଡୋଶୀମାନେ ମଧ୍ୟ ଏହି ବିବାହ ଘରେ ସାମିଲ ହୋଇନଥିଲେ । ଲକଡାଉନ ଚାଲିଥିବାରୁ ବିବାହ କରାଇବା ପାଇଁ କୌଣସି ପଣ୍ଡିତ ମଧ୍ୟ ରାଜି ହୋଇନଥିଲେ । ତେଣୁ ସେମାନେ ବାଧ୍ୟ ହୋଇ କମ ରୀତିନୀତିରେ ଉଭୟଉଭୟେଙ୍କୁ ବରମାଳା ଦେଇ ବିବାହ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − eight =