୫ ଛେଳି ହଠାତ ମରିଗଲେ, ଅଜଣା ରୋଗ ଆଶଙ୍କା

0 125

ସମ୍ବଲପୁର : ସ୍ଥାନୀୟ ଯୁଯୁମୁରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡି ପଞ୍ଚାୟତ ର ମହୁଲମୁଣ୍ଡା ଗାଁରେ ଏକ ଘରେ ଏକାସଙ୍ଗେ ପାଞ୍ଚଟି ଛେଳି ମରିଯିବାରୁ ଗାଁ ଲୋକେ କୌଣସି ଅଜଣା ରୋଗ ନା ରେ ଆତଙ୍କିତ ରହିଛନ୍ତି । ଏହି ବିଷୟରେ ନିକଟସ୍ଥ ଗୌଡପାଲି ଫାଣ୍ଡିକୁ ସୂଚନା ଦିଆ ଯାଇଛି, କିନ୍ତୁ ଅନୁଧ୍ୟାନ ପାଇଁ କୌଣସି ସରକାରୀ କର୍ମଚାରୀ ଆସି ନ ଥିବାରୁ ସେଠାରେ ଜନାକ୍ରୋଷ ରହିଛି । ପ୍ରାପ୍ତ ସୂଚନା ଅନୁସାରେ ସକାଳୁ ଛେଲିଚରାଳି ପ୍ରାୟ ୨୫ଟି ଛେଳି ଚରାଇବାକୁ ନେଇଥିଲା ଓ ଟାଣଖରା ଯୋଗୁଁ ମଧ୍ୟାହ୍ନ ୧୨ ଯାଏଁ ସେମାନଙ୍କୁ ଘରକୁ ଫେରାଇ ଆଣିଥିଲା । ଘରେ ପହଞ୍ଚିବା କିଛି ସମୟ ପରେ କିଛି ଛେଳି ତଳେପଡି ଛଟପଟ ହେବାକୁ ଲାଗିଲେ । ଏହି ଖବର ପାଇ ଏବିଷୟରେ ଜାଣିଥିବା ଜଣେ ବ୍ଯକ୍ତି ଆସି କିଛି ଉପଚାର ମଧ୍ୟ କରିଥିଲେ । ଏହି ଚେଷ୍ଟା ରେ ସେ ଭିତରୁ ଗୋଟିଏ ଛେଳି ବଞ୍ଚି ଯାଇଛି ଓ କିଛି ପାଞ୍ଚଟି ଛେଳି ସେହିଠାରେ ମରିଗଲେ । ଏହାଦ୍ବାରା ଛେଳି ମାଲିକ ଭାଙ୍ଗି ପଡିଛନ୍ତି, କାରଣ ସେ ଜଣେ ଅତି ଗରିବ ଲୋକ ଓ ଏହି ଛେଳିଗୁଡିକ ହିଁ ତାଙ୍କର ଜୀବିକା ସାଧନ ଥିଲେ । ଏହି ସମ୍ବନ୍ଧରେ ସରକାରୀ ସ୍ତରରେ ଯଦି କୌଣସି କ୍ଷତିପୂରଣର ବ୍ଯବସ୍ଥା ଅଛି, ତାହା ସେହି ଗରିବ ଲୋକ ପାଖକୁ କିପରି ପହଞ୍ଚି ପାରିବ, ତାହାହିଁ ଚିନ୍ତା ର ବିଷୟ ହୋଇଛି । ଯଦି କୌଣସି ବିଷାକ୍ତ ଲତାଗୁଲ୍ମ ଖାଇବା ଫଳରେ ଛେଳିଗୁଡିକ ମରିଛନ୍ତି, ତାହେଲେ ସେ ବିଷୟରେ ଗାଁ ଲୋକ ଙ୍କୁ ଅବଗତ ଓ ସାବଧାନ କରାଯିବାର ଆବଶ୍ୟକତା ରହିଛି । ଅନ୍ୟ ପକ୍ଷେ ଯଦି ଏହା କୌଣସି ଅଜଣା ରୋଗରୁ ହୋଇଛି ତାହେଲେ ମଧ୍ୟ ସରକାରଙ୍କ ପକ୍ଷରୁ ପ୍ରତିକାର ପାଇଁ ଯଥାଶୀଘ୍ର ବ୍ୟବସ୍ଥା ହେବା ଆବଶ୍ୟକ । ଏପରି ଦ୍ଵନ୍ଦରେ ଗା ଲୋକେ ଘାଣ୍ଟି ହେଉଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − six =