୭ରେ ଗଞ୍ଜାମ ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ନବୀନ

0 62

ଭୁବନେଶ୍ୱର: ଗଞ୍ଜାମ ବନ୍ୟା ସ୍ଥିତି ଅନୁଧ୍ୟାନ ସହ ପ୍ରଭାବିତଙ୍କୁ ଭେଟିବାକୁ ଆସନ୍ତା ୭ ତାରିଖରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆସନ୍ତା ୭ ତାରିଖ (ଶନିବାର) ସକାଳ ପ୍ରାୟ ୧୦ଟାରୁ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ନବୀନ ଗଞ୍ଜାମ ଅଭିମୁଖେ ଯାତ୍ରା କରିବେ । ଶେରଗଡ଼ ମହାତ୍ମାଗାନ୍ଧି ହାଇସ୍କୁଲ ପଡ଼ିଆରେ ହେଲିକପ୍ଟର ଅବତରଣ କରିବ । ଏହାପରେ ତାଙ୍କର ଗସ୍ତ ହିଞ୍ଜିଳିକାଟୁ ଅଭିମୁଖେ ରହିବ । ସେ ନୂଆ-ବୁରୁପାଦ ପଞ୍ଚାୟତକୁ ସଡ଼କ ପଥରେ ଯାଇ ବନ୍ୟା ପ୍ରଭାବିତ ଚାଷୀଙ୍କୁ ଭେଟିବେ । ଆସିକା ସହରର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ସୋରଡ଼ାର ବାଲିଗୋଛାରେ ଫସଲ କ୍ଷୟକ୍ଷତି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ଭେଟିବେ । ତଟାବାଲିରୁ ହେଲିକପ୍ଟର ଯୋଗେ ସେ ଭୁବନେଶ୍ୱର ଫେରିବେ ।

hiranchal ad1
Leave A Reply

Your email address will not be published.

seven − two =