ହରଭଙ୍ଗାରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର

0 117

ହରଭଙ୍ଗା: ଆଜି ହରଭଙ୍ଗା ବ୍ଲକ ହରଭଙ୍ଗା ପଞ୍ଚାୟତ ଠାରେ ଥିବା ବନ୍ୟା ଆଶ୍ରୟସ୍ଥଳୀଠାରେ ବୌଦ୍ଧ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତି ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ଲକର ବିଭିନ୍ନ ଅଂଚଳରୁ ୪୭ଟି ଅଭିଯୋଗ ମଧ୍ୟରୁ ୪୫ଟି ବ୍ୟକ୍ତିଗତ, ୨ଟି ସାମୁହିକ, ୧୯ଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ସମ୍ପର୍କିତ ଅଭିଯୋଗ ପହଞ୍ଚିଥିଲା । ସେଥିରୁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ୧୯ଟି ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସହିତ ବୌଦ୍ଧ ଏସପି ଜ୍ଞାନରଞ୍ଜନ ମହାନ୍ତି, ବୌଦ୍ଧ ପି.ଡି ଅଶ୍ୱିନୀ ମେହେର, ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାଏକ, ଡେପୁଟି କଲେକ୍ଟର ଅବନୀ ସାହୁ, ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର, ଅତିରିକ୍ତ ତହସିଲଦାର ହରିଓମ ଭୋଇ, ହରଭଙ୍ଗା ବିଡିଓ ସ୍ମିତା ରଥଙ୍କ ସମେତ ବହୁ ଜିଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three − two =