ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

0 44

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବେଦୀ ସିଂହାସନ ଓ କନ୍ୟା ପଟା, ହଂସ ପଟା ଆଦି କାର୍ଯ୍ୟ ଚାଲୁ ରହଛି । ତିନିରଥରେ ଲାଗିଛି ଧ୍ୱଜବତା । ଦୁଆରିବେଢା ଉପର ଭାଗରେ ଚନ୍ଦ୍ରଶାଳି ଲଗାଯାଇଛି । ମଝି ଭୂଇଁରେ କଣ୍ଟା ବାଡିଆ ଯାଇଛି । ଦୁଆରବେଢା ସହ ନାଟଗୋଡ ଏବଂ ୧୪ ନାହାକାରେ ଦୁଆର ବାଣିଆ ଲଗାଯାଇଛି । ତିନିରଥ କୋଣରେ ମଣ୍ଡଣି ବତା ଏବଂ ବଡ଼ଫାଳିଆ ବତା ଲଗାଯାଇଛି । ରଥବେଦୀ ଚାରିପାର୍ଶ୍ୱରେ ପଟାବାଡିଆ ଶେଷ ହୋଇଛି । ରଥରେ ପ୍ରଭା ସଂଯୋଗ ପାଇଁ ସିଂହାସନ ବେଦୀ ପଛପାର୍ଶ୍ୱରେ ଦୁଇଟି ଲେଖାଏ ଧୂଳିଦଣ୍ଡା ଲଗାଯାଇଛି । ରୂପକାର ସେବକ ରଥ ପ୍ରଭାରେ ଖୋଦେଇ କରୁଛନ୍ତି । ଚିତ୍ରକାରଙ୍କ ଦ୍ୱାରା ଗୁଜ ସମେତ ପାର୍ଶ୍ୱ ଦେବଦେବୀ ଓ ହଂସପଟାରେ ରଙ୍ଗ କରାଯାଉଛି । ଦରଜି ସେବକ ରଥକନା ସିଲେଇ କରିବା ସହ କନକମୁଣ୍ଡି ଚାନ୍ଦୁଆ ପ୍ରସ୍ତୁତ କରୁଛନ୍ତି । ଅସ୍ଥାୟୀ କମାରଶାଳରେ ଓଝା ସେବକଙ୍କ ଦ୍ୱାରା ଧୂଳିଦଣ୍ଡା କଣ୍ଟା, ଧ୍ୱଜାବତା କଣ୍ଟା, ସିଂହାସନ କଣ୍ଟା, ଶୁଆକଣ୍ଟା ଏବଂ ବାଗିଆ କଣ୍ଟା ପ୍ରସ୍ତୁତ କରାଯାଉଛି ।

hiranchal ad1
Leave A Reply

Your email address will not be published.

10 − 8 =