ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

0 36

ପୁରୀ: ଆଜି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିବେ । ବାହୁଡ଼ା ଯାଏ ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ ଦର୍ଶନ ଦେବେ ଶ୍ରୀଜୀଉ । ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁମାନେ ଆଗାମୀ ଛଅ ଦିନ ଯାଏ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ଲାଭ କରିବେ ।
ଗତକାଲି ରାତି ତମାମ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଆଜି ମଧ୍ୟ ସକାଳୁ ରଥାରୂଢ଼ ତିନି ଦିଅଙ୍କ ମଙ୍ଗଳ ଆଳତୀ ହୋଇଥିଲା । ସମସ୍ତ ନୀତିକାନ୍ତି ସୁରୁଖୁରେ ଜାରି ରହିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି । ସମସ୍ତ ନୀତିକାନ୍ତି ସମାପ୍ତ ହେବା ପରେ ସନ୍ଧ୍ୟା ୭ରୁ ସାଢ଼େ ୭ଟା ମଧ୍ୟରେ ଗୋଟି ପହଣ୍ଡି ଆରମ୍ଭ ହେବ । ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ଜନ୍ମବେଦୀକୁ ବିଜେ କରିବେ । ଆଡ଼ପ ବିଜେ ଏବଂ ଆଡ଼ପ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଛି ।
ଆସନ୍ତାକାଲିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ଏହା ସହିତ ଆସନ୍ତାକାଲିଠାରୁ ଆଡ଼ପ ଅବଢ଼ା ମଧ୍ୟ ମିଳିବ ।

hiranchal ad1
Leave A Reply

Your email address will not be published.

8 + fifteen =