ବିଜେପିର ଓଡ଼ିଶା ବିଜୟକୁ ଦୁଇ ବର୍ଷ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

0 53

ଭୁବନେଶ୍ଵର, : ବିଜେପିର ଓଡ଼ିଶା ବିଜୟକୁ ଦୁଇ ବର୍ଷ। ୨୦୨୪ ଜୁନ୍ ୪ରେ ନବୀନଙ୍କ ଦୀର୍ଘ ୨୪ ବର୍ଷର ଅପରାଜେୟ ଯାତ୍ରାରେ ବିରାମ ଲଗାଇ, ଓଡ଼ିଶାରେ ପ୍ରଥମ ଥର ଏକାକୀ ସରକାର ଗଢିଥିଲା ବିଜେପି। ବିଜୟର ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି ମୋହନ ଲେଖିଛନ୍ତି ଯେ, ଆଜି ଜୁନ୍ ୪ ତାରିଖ, ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଯୁଗାନ୍ତକାରୀ ଓ ଗୌରବମୟ ଦିବସ। ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ଆପଣମାନେ ପରିବର୍ତ୍ତନର ସଂକଳ୍ପ ନେଇ ଭାରତୀୟ ଜନତା ପାର୍ଟି ସପକ୍ଷରେ ଏକ ଐତିହାସିକ ଓ ସ୍ପଷ୍ଟ ଜନମତ ପ୍ରଦାନ କରିଥିଲେ। ଆପଣଙ୍କର ସେହି ପବିତ୍ର ଜନମତ କେବଳ ଏକ ଶକ୍ତିଶାଳୀ ସରକାର ଗଠନ କରିନାହିଁ, ବରଂ ଦୀର୍ଘ ଦିନର ସ୍ଥାଣୁତାକୁ ଭାଙ୍ଗି ଏକ ସ୍ଵଚ୍ଛ, ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ନିର୍ମାଣର ମୂଳଦୁଆ ସ୍ଥାପନ କରିଛି।

hiranchal ad1
Leave A Reply

Your email address will not be published.

4 × one =