ଷଷ୍ଠ ରଜ୍ୟସ୍ତରୀୟ ବୁଦ୍ଧଦେବ ଫୁଟବଲ୍‌ କପ୍‌, ସେମିରେ ବୁଦ୍ଧଦେବ କ୍ଳବ

0 12

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ପ୍ରଗଲପୁର ତସରା ଖେଳ ପଡ଼ିଆ ଠାରେ ବୁଦ୍ଧଦେବ କ୍ଲବ୍‌ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଷଷ୍ଠ ରାଜ୍ୟସ୍ତରୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ରବିବାର ଦ୍ୱିତୀୟ ଦିନରେ ପହଁଚିଛି । ଦ୍ୱିତୀୟ ଦିନ ଖେଳରେ ପ୍ରଗଳପୁର ବୁଦ୍ଧଦେବ କ୍ଳବ ସହିତ ଚକାଡୋଳା କ୍ଳବ ଜି. ଉଦୟଗିରି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ବୁଦ୍ଧଦେବ କ୍ଳବ ପ୍ରଗଳପୁର ମଧ୍ୟାନ୍ତର ପୂର୍ବରୁ ୧-୦ଗୋଲରେ ଆଗୁଆ ରହିଥିଲା । ଦ୍ୱିତୀୟ ଦିନ ମ୍ୟାଚରେ ମୁଖ୍ୟ ଅତିଥିଭାବେ ରାମଗଡ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶୁଭେନ୍ଦୁ ଯୋଶୀ, ସମ୍ମାନିତ ଅତିଥିଭାବେ ସାମ୍‌ପୋଚ ପଞ୍ଚାୟତ ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ, ରାମଗଡ଼ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀନିବାସ ଦେହୁରୀ, ସାନନ୍ଦ ମେହେର ଓ ସାରଥୀ ସେଠି ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଖେଳର ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଗଳପୁର ବୁଦ୍ଧଦେବ କ୍ଳବ ୨-୦ ଗୋଲରେ ବିଜୟୀ ହୋଇ ପ୍ରଥମ ସେମିଫାଇନାଲରେ ପ୍ରବେଶ କରିଛି । ଆଜିର ଖେଳକୁ ମୁଖ୍ୟ ରେଫରୀ ସୁଜିତ୍‌ ରାଜହଂସ ପରିଚାଳନା କରିଥିବା ବେଳେ ସୁଶିଲ ବେହେରା,ପ୍ରତାପ ପ୍ରଧାନ ସରୋଜ ମଲିକ, ଖେଳ ପରିଚାଳନା ରେ ସହଯୋଗ କରିଥିଲେ । ଆଜିର ଖେଳକୁ ବୁଦ୍ଧ ଦେବ କ୍ଲବ୍‌ର ସଭାପତି ସ୍ୱାଧୀନ ଦୀପ,ସଂପାଦକ ସୁଶୀଲ ସେଠି,ମନୋଜ ସେଠି, ନଗେନ ଦୀପ, ରଜତ ଖମାରି, ଜୟନ୍ତ ଚାଉଳି, ଆଲୋକ ପ୍ରଧାନ, ସାନନ୍ଦ ଡାଙ୍ଗ, ସାଗର ମହାକୁଡ଼ଙ୍କ ସମେତ କ୍ଲବ୍‌ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ । ଆସନ୍ତା କାଲି ଟୁର୍ନାମେଣ୍ଟର ପ୍ରଥମ ସେମି ଫାଇନାଲରେ ଜୟଦୁର୍ଗା କ୍ଳବ ସୋନପୁର ସହିତ ପ୍ରଗଳପୁର ବୁଦ୍ଧ ଦେବ କ୍ଳବ ମଧ୍ୟରେ ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

5 × one =