ଦାୟିତ୍ୱ ଗ୍ରହଣ ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ପୁରୀର ନୂତନ ଏସପି ପିନାକ ମିଶ୍ର

0 105

ପୁରୀ : ପୁରୀରେ ନୂତନ ଏସପି ପିନାକ ମିଶ୍ର । ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ସେ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ପହଞ୍ଚିବା ପରେ ଅତିରିକ୍ତ ଏସପି,ସିଟି ଡିଏସପି ଓ ସମସ୍ତ ଥାନାର ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । ସେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପୁରୀ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଭାବେ ନିଯୁକ୍ତି ହୋଇଥିବାରୁ ସେ ନିଜକୁ ଧନ୍ୟ ମନେ କରିଥିବା ପ୍ରତିକ୍ରିୟାରେ କହିଛନ୍ତି । ତେବେ ଚଳିତବର୍ଷ ଶୃଙ୍ଖଳିତ ରଥଯାତ୍ରା,ସେବାୟତଙ୍କ ସହ ଉତ୍ତମ ସମନ୍ୱୟ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପିନାକଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।
ଆସନ୍ତା କାଲି ଦାୟିତ୍ୱ ନେବା ନେବା ପରେ ସେ ସମସ୍ତଙ୍କ ସହ ଆଲୋଚନା କରିବେ । ସହଯୋଗ ରଖି ପୋଲିସ କାର୍ଯ୍ୟ କରିବ ବୋଲି କହିଛନ୍ତି ।

hiring

hiranchal ad1
Leave A Reply

Your email address will not be published.

five × one =