ଦଶରଥପୁର: ଦହିବରା ଖାଇ ୪୦ରୁ ଊର୍ଦ୍ଧ୍ବ ଲୋକେ ଅସୁସ୍ଥ । ସମସ୍ତଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ପାଟପୁର ଗ୍ରାମରେ।। ଗତ କାଲି ସକାଳୁ ନିକଟସ୍ଥ ଦଶରଥପୁର ପଞ୍ଚାୟତ ତୁଳାଟିଆ ସାହି ଗ୍ରାମର ଜଣେ ବହିବରା ବ୍ୟବସାୟୀଙ୍କ ଠାରୁ ପାଟପୁର ଗ୍ରାମର ଶତାଧିକ ଲୋକେ ବହିବରା ଖାଇଥିଲେ, ଖାଇବାର କିଛି ସମୟ ପରେ ଗତ କାଲି ବିଳମ୍ବିତ ରାତିରୁ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା, ତା ପରେ ଝାଡା, ବାନ୍ତି, ପେଟ ଦରଜ ହେବାରୁ ଜଣକ ପରେ ଜଣେ ଅସୁସ୍ଥ ହୋଇ ନିକଟସ୍ଥ ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ଲୋକଙ୍କ ଅବସ୍ଥା ଗୁରୁତର ହେବାରୁ ଏବଂ ଆବଶ୍ୟକ ସଂଖ୍ୟକ ଶଯ୍ୟାର ବ୍ୟବସ୍ଥା ନଥିବାରୁ ୩୦ ରୁ ଅଧିକ ଲୋକଙ୍କ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି, ଖବର ପାଇ ସିଡ଼ିଏମଓ ବିଜୟୀ କୁମାର ମିଶ୍ର ସେଠାରେ ଉପସ୍ଥିତ ରହି ସ୍ଥିତି ର ସମୀକ୍ଷା କରୁଛନ୍ତି।।
