୩ୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ପ୍ରଚାର

0 370

ଦଶପଲ୍ଲା : ଓଡ଼ିଶାର ତୃତୀୟ ପର୍ଯ୍ୟାୟ ଏବଂ ସାମଗ୍ରିକ ଭାବେ ଦେଶର ଷଷ୍ଠ ପର୍ଯ୍ୟାୟ ମତଦାନ ମେ’ ୨୫ରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଥିବା ବେଳେ ଆଜି (ଗୁରୁବାର) ସନ୍ଧ୍ୟା ୫ଟାରେ ପ୍ରଚାର ସରିଛି। ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭାରେ ଭୋଟ୍‌ ହେବ । ଏହା ମଧ୍ୟରେ ନୟାଗଡ଼ ଜିଲ୍ଲାର ନୟାଗଡ଼, ଖଣ୍ଡପଡା ଓ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ରହିଛି । ମତଦାନ ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ସମ୍ପୃକ୍ତ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଆଜିଠାରୁ ବୁଥ ଅଭିମୁଖେ ପୋଲିଂ କର୍ମଚାରୀ ନିର୍ବାଚନ ସାମଗ୍ରୀ ଧରି ବାହାରିବେ ବୋଲି ଜଣାପଡିଛି।

hiranchal ad1
Leave A Reply

Your email address will not be published.

ten + 17 =