ବାଲିଗୁଡ଼ା ସୁନା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌ ଘଟଣା, ଲୁଟେରାଙ୍କୁ ଧରିବା ଲାଗି ଗାଁ ମୁଣ୍ଡରେ ଜଗିଛନ୍ତି ବନ୍ଧୁକଧାରୀ ସୁରକ୍ଷାକର୍ମୀ !

0 604

ବାଲିଗୁଡ଼ା: ଗତ ମଙ୍ଗଳବାର ଦିନ ବାଲିଗୁଡା ସହରର ସୁନା ବ୍ୟବସାୟୀ ସୁବାସ ଆଚାରୀଙ୍କ ଉପରକୁ ୩ ଜଣ ଦୁର୍ବୃତ୍ତ ଗୁଳି ଚଳାଇ ହାତକୁ ହାଣି ତାଙ୍କ ଠାରୁ ଏକ ସୁନା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ଫେରାର ହୋଇ ଯାଇଛନ୍ତି । ସମ୍ପୃକ୍ତ ଲୁଟେରା ମାନଙ୍କୁ ଧରିବା ପାଇଁ କନ୍ଧମାଳ ପୋଲିସ ତରଫରୁ ଏକ ବଡ଼ ଧରଣର ଅପରେସନ ୩ ଦିନ ଧରି ଜାରି ରହିଛି । ଲୁଟେରା ମାନେ ଲୁଟ କରିବା ପରେ ବାଲିଗୁଡାରୁ ଦାରିଙ୍ଗବାଡି ଅଭିମୁଖେ ଆସି ବାଡାବାଙ୍ଗା ପଂଚାୟତର ସିକନବାଡି ଜଙ୍ଗଲ ଆଡକୁ ଦ୍ରୁତ ଗତିରେ ପଳାଉଥିବା ଜଣେ ଗାଈ ଚରାଳି ଦେଖିଥିବା କହିଛନ୍ତି । ଗୋଟିଏ ବାଇକରେ ୩ ଜଣ ଯୁବକ ଦ୍ରୁତ ଗତିରେ ଯିବା ସମୟରେ ଛେଳିକୁ ଲାତ ମାରି ପଲାଇଥିବା ସେ କହିଛନ୍ତି । ଦାରିଙ୍ଗବାଡି ପୋଲିସ ଲୁଟେରାଙ୍କୁ ପିଛା କରିଥିଲେ ମଧ୍ୟ ସେମାନେ ଖସି ଯିବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କୁ ଧରିବା ଲାଗି ୫ଟି ଥାନା ଅଂଚଳର ପୋଲିସ ସିକନବାଡି ଜଙ୍ଗଲକୁ ୩ ଦିନ ଧରି ଘେରି ରହିଛନ୍ତି ! ଏପରିକି ଜଙ୍ଗଲ ଭିତରେ ଡିଭିଏଫ ଫୋର୍ସ କୁବିଂକୁ ଜୋରଦାର କରିଛନ୍ତି । ଲୁଟେରା ମାନଙ୍କୁ ଧରିବା ଲାଗି ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ସୁରକ୍ଷାକର୍ମୀ ବ୍ଲକିଂ କରି ଗାଡି ଗୁଡିକୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

17 − seventeen =